ନୂଆହତା ଗ୍ରାମ ପଞ୍ଚାୟତ ରେ ୮୭ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ବିନୋଦ କୁମାର ନାୟକ), ବଅଁରପାଳ : ନୂଆହତା ଗ୍ରାମ ପଞ୍ଚାୟତ ରେ ୮୭ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି
ଜେ. ବି. ଏନ୍ (୧୯/୦୨ /୨୦୨୧) ଅନୁଗୁଳ :ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମ ପଞ୍ଚାୟତ ରେ ବିଶ୍ଵ ଶାନ୍ତି ପାଇଁ ୮୭ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ଅଷ୍ଟ ପ୍ରହରୀ ତା. ୧୮ ରିଖ ସକାଳ ଦଶ ଘଣ୍ଟିକା ସମୟରୁ ପଣ୍ଡିତ ଶାନ୍ତନୁ ପାଣି, ତ୍ରିଲୋଚନ ପାଣି, ଓ ଆଖ ପାଖ ଅଞ୍ଚଳର ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଉପସ୍ଥିତିରେ ଗ୍ରାମର ଭକ୍ତ ଗଣ ନିଜର ମାନସିକ ପୂରଣ ପାଇଁ ଗ୍ରାମ ପୁଷ୍କରିଣୀ ରୁ ଜଳ ଉଠାଇ କଳସ ଯାତ୍ରା ଆରମ୍ଭ କରିଥିଲେ। ଏହି ନାମ ଯଜ୍ଞ ତିନି ଦିନ ଧରି ପାଳିତ ହେବ। ଏହି ନାମ ଯଜ୍ଞ ରେ କର୍ମକର୍ତ୍ତା ମାନେ ଯଥା ରଜନୀକାନ୍ତ ବେହେରା, ପ୍ରମୋଦ କୁମାର ବେହେରା, ଯୁଗଳ କିଶୋର ମହାକୁଡ, ବିଭୂତି ମହାକୁଡ, ବିଶ୍ଵନାଥ ମହାକୁଡ, ସୁମନ ମହାକୁଡ, ବିକାଶ ଚନ୍ଦ୍ର ବେହେରା, ତ୍ରିନାଥ ସାମଲ, ବିନୋଦ ବିହାରୀ ବେହେରା, କାର୍ତିକ ମହାକୁଡ ଓ ରବି ସାମଲ ଯୋଗଦେଇ କାର୍ଯ୍ୟକ୍ରମ ସୁପରିଚାଳିତ କରିଥିବାରୁ ଦ୍ରୁଶ୍ୟ ମାନ ହୋଇଥିଲା।




