ଅନୁଗୋଳ ଜିଲ୍ଲାରୁ ୪ର୍ଥ ଥର ପାଇଁ କେହି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି
ସୁସ୍ଥ ହେଲେ ୬ ଜଣ ଆକ୍ରାନ୍ତ ।
ପଜିଟିଭ ସଂଖ୍ୟା ୧୨୩୩୪ ରେ ସିମାତ

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରୁ ୪ର୍ଥ ଥର ପାଇଁ କେହି କରୋନା ପଜିଟିଭ ବାହାରି ନଥିବାର ସୂଚନା ମିଳିଛି । ପଜିଟିଭ ସଂଖ୍ୟା ୧୨୩୩୪ ରେ ରହିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୭ରେ ପହଁଞ୍ଚିଛି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୬ ଜଣ ଯାକ ହୋମ ଆଇସୋଲେସନ ରେ ଥିବାର ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।



