ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡିଜିଟାଲ ହେମୋଗ୍ଳୁବିନ ମିଟର ନାଁ ରେ ହରିଲୁଟ ସୂଚନା ଅଧିକାର ଆଇନ ର ବଡ ଖୁଲସା

“୩୬୦୦ଟଙ୍କା ଦାମ କୁ ୭୪୦୦ ଟଙ୍କା ରେ କିଣିଲେ ”
ଜେ. ବି. ଏନ୍ (୨୧ /୦୨ /୨୦୨୧), (ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ର ଅନୁଦାନ ଯୋଗାଉଥିବା ବେଳେ କିଛି ଅସାଧୁ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧ ମିଳିତ ମେଣ୍ଟ ଯୋଗୁଁ ସରକାରୀ ଅର୍ଥ କୁ ସଦୁପଯୋଗ ନହୋଇ ବ୍ଯାପକ ଅନିୟମିତତା ପରିଲକ୍ଷିତ ହେଉଛି । ଏଭଲି ଏକ ଅର୍ଥ କୁ ହରିଲୁଟ ସଙ୍ଗୀନ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ହିତାଂକ୍ଷୀ ପ୍ରଧାନ ଡିଜିଟାଲ ହେମୋଗ୍ଳୁବିନ ମିଟର ନାଁ ରେ ହରିଲୁଟ କରିଥିବା ଅଭିଯୋଗ ହେଉଛି । ସୂଚନା ଅଧିକାର କର୍ମୀ କ୍ଷିତିପତି ଡନସନା ଙ୍କ ଅଭିଯୋଗ ମତେ ୨୦୨୧ ଆର୍ଥିକ ବର୍ଷ ର ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୟୁନାଇଟେଟ ଫଣ୍ତ (United fund) ରୁ ଡିଜିଟାଲ ହେମୋଗ୍ଳୁବିନ ମିଟର ସକାଶେ ଗତ ୨୦୨୦ ରେ TRISHDIAGNOSTC ଏକ ପତ୍ର ମାଧ୍ୟମରେ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ହିତାକାଂକ୍ଷୀ ପ୍ରଧାନ ପାଖ କୁ ହେମୋଗ୍ଳୁଳବିନ ମିଟର ୩୬୦୦ଟଙ୍କା ରେ କିଣି ପାରିବେ ବୋଲି ଅନୁରୋଧ କରିଥିଲେ । କିନ୍ତୁ ତାଙ୍କର ଅନୁରୋଧ ରକ୍ଷାନକରି ନିଜେ ମନମୁଖୀ ଭାବେ ଭୁବନେଶ୍ବର ABOMED BIOSYSTEMS PVT LTD ଠାରେ ଏକ ଭିତିରି କାରବାର ରଖି ୩୬୦୦ଟଙ୍କା ଡିଜିଟାଲ ହେମୋଗ୍ଳୁଳବିନ ମିଟର କୁ ୭୪୦୦ ଟଙ୍କା ରେ କିଣି ହରିଲୁଟ କରିଛନ୍ତି । ଯାହାକି ୧୨ଟି ଉପସ୍ବାସ୍ଥ କେନ୍ଦ୍ର ର ୮୧୪୦୦ ରେ ୩୯୬୦୦ ଟଙ୍କା ପୈଠ କରି ୪୨୨୦୦ଟଙ୍କା ର ଅର୍ଥ ହରିଲୁଟ କରିଥିବା ସୂଚନା ଅଧିକାର ବଳରେ ଜଣାପଡିଛି । ଏହି ଟଙ୍କା ହଡଫ କରିବା ପାଇଁ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଭୈନାତୋରା, ଅମ୍ବାଭୋନା,ଝାରପାଲି,ବାଞିପାଲି,ଡୁଙ୍ଗୁରୀ,ଲେଥେର,ଉତ୍ତମ,ଲଖନପୁର,କଣ୍ତପଲା,କୁମ୍ମୋ,ରୁଚିଦା ଆଦି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପସ୍ବାସ୍ଥ କେନ୍ଦ୍ର ରେ ୟୁନାଇଟେଟ ଫଣ୍ତ ରୁ ୭୪୧୨ ଟଙ୍କା ଚେକ ଆକାର ରେ ବାଧ୍ୟତା କରାଯାଇଛି । ତେବେ ଏପରି ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ହିତାକାଂକ୍ଷୀ ପ୍ରଧାନ ଙ୍କ ନାମ ରେ ଅନେକ ଅଭିଯୋଗ ଥିଲେ ମଧ୍ୟ ଘଟଣା କୁ ଚପାଇ ଦେବାକୁ ଉଦ୍ୟମ ଚାଲିଥିବାରୁ ଏହାଙ୍କ ବିରୋଧ ରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବା ଜରୁରୀ ବୋଲି ସାଧାରଣ ମତ ପ୍ରକାଶ ପାଇଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ଦୃଷ୍ଟି ପଡୁ।



