ଫୁଲପଡାରେ ଅନୁଷ୍ଠିତ ଦିବାରାତ୍ର ଦ୍ଵିତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ

ଜେ ବି ଏନ୍ ୨୨.୦୨.୨୦୨୧,(ରିପୋର୍ଟ ସୁବ୍ରତ ସାମଲ) ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଠାରେ ଅନୁଷ୍ଠିତ ହୋଇଥିଲା ଦିବାରାତ୍ର ଦ୍ଵିତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ। ଫୁଲପଡା ଭଲିବଲ ପଡ଼ିଆରେ ଏହି ମ୍ୟାଚଟି ପ୍ରଦର୍ଶନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ବିଜେପି ଯୁବନେତା ଶ୍ରୀକାନ୍ତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଯୋଗ ଦେଇଥିବା ଦଳ ଗୁଡିକ ହେଲେ ଗୋବରା, ଟାଟା ଷ୍ଟିଲ, ବ୍ରାହ୍ମଣବିଲ, ସନ୍ତରାବନ୍ଧ, ମାଛକୁଟା, ବରପଦା, ଟେଣ୍ଟୁଲୋଇ, କୁକୁରପେଟା। ଫାଇନାଲ୍ ମ୍ୟାଚ ଗୋବରା ଓ ସନ୍ତରାବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୨.୦ ସେଟ୍ ରେ ଗୋବରା ଦଳ ବିଜୟ ହାସଲ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ। ଫୁଲପଡା ପଞ୍ଚାୟତର ବିଜେପି କାର୍ଯ୍ୟକର୍ତ୍ତା, ଭଲିବଲ ଆୟୋଜନ କରିଥିବା ସମସ୍ତ ସଦସ୍ୟ ମୁଖ୍ୟ ଅତିଥି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ବିରାଟ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ। ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ତଥା ଭଲିବଲ ହୋମ ର ସାଧାରଣ ସମ୍ପାଦକ ବସନ୍ତ କୁମାର ଦାସ, ଫୁଲପଡାର ପୂର୍ବତନ ସରପଞ୍ଚ ଗୋପାଳ ଗଡନାୟକ, ଫୁଲପଡା ବିଜେପି ପଞ୍ଚାୟତ ସଭାପତି ଯୋଗେଶ୍ୱର ଗଡନାୟକ, ବିଜେପି ନେତା ଅମୀୟ ତ୍ରିପାଠୀ, ପ୍ରଦ୍ୟୁମ୍ନ ଗଡନାୟକ, ଅରୁଣ ତ୍ରିପାଠୀ, ଲକ୍ଷ୍ମୀଧର ତ୍ରିପାଠୀ, ପ୍ରମୋଦ ନାଥ, ପ୍ରଶାନ୍ତ ତ୍ରିପାଠୀ ପ୍ରମୂଖ ମଞ୍ଚାସୀନ ଥିଲେ। ଭଲିବଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଫୁଲପଡା ପଞ୍ଚାୟତ ତଥା ଆଖ ପାଖ ଅଞ୍ଚଳରୁ ଶହ ଶହ ଲୋକଙ୍କ ଜନ ସମାଗମ ହୋଇଥିଲା। ଦର୍ଶକମାନେ ଭଲିବଲର ଟୁର୍ଣ୍ଣାମେଣ୍ଟକୁ ବେଶ ଉପଭୋଗ କରିଥିଲେ। ଆୟୋଜନ କରିଥିବା ଫୁଲପଡା ପଞ୍ଚାୟତର ସଦସ୍ୟ ମାନେ ହେଲେ ପିଣ୍ଟୁ ନାଏକ, ପିଣ୍ଟୁ ଗଡନାୟକ, ପଙ୍କଜ ତ୍ରିପାଠୀ, ବୁଲୁ ଗଡନାୟକ, ବାବୁଲା ଗଡନାୟକ, ପପୁ ବେହେରା, ସୁବି ଗଡନାୟକ, ସୁମନ ଗଡନାୟକ, ସମୀର ଗଡନାୟକ, ସରୋଜ ଗଡନାୟକ, ବୁଦ୍ଧିଆ ଗଡନାୟକ, ମଣ୍ଟି ସାହୁ, ଅମନ ଗଡନାୟକ, ଅମୁଲି ଗଡନାୟକ। ଏତେବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା କର୍ମକର୍ତ୍ତା ମାନଙ୍କୁ ଫୁଲପଡା ପଞ୍ଚାୟତବାସୀ ଧନ୍ୟବାଦ ଅର୍ପଣ କରିଥିଲେ।



