କୁଶମଡିହି ନବଜ୍ଯୋତି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଜେ. ବି. ଏନ୍ (୨୩/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତ ଅଧିନସ୍ଥ କୁଶମଡିହି ଗ୍ରାମ ନବ ଜ୍ଯୋତି ଭଲିବଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଖେଲ ରେ ଲୁଦୁପାଲି ସହିତ କୁଶମଡିହି ମଧ୍ୟରେ ଖେଳ ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ ବରିଷ୍ଠ ମହିଲା ନେତ୍ରୀ ସିନ୍ଦୁନନ୍ଦନୀ ଆଚାର୍ଯ୍ୟ ମୁଖ୍ଯଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ବିଜେପି ର ବରିଷ୍ଠ ନେତା ତାରାଚନ୍ଦ ପଟେଲ,ଗୁନାରୁ ପଧାନ,ଯୁବ ନେତା ଆଶିଷ ପୁରୋହିତ,ଦେବାର୍ଚ୍ଚନ ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ । ଖେଳପରିଚାଳନା ରେ ଦୁର୍ଯ୍ୟୋଧନ ନାୟକ,ତୁଷାର ଦାସ,ଯାଦବ ଛତର,ମାଧବ ପ୍ରଧାନ । ସ୍କୋର ରେ ଦାମୋଦର ଭୋଇ ,ମୋତିଲାଳ ଖଡିଆ ଓ ଧାରାବିବରଣୀ ଅରୁଣ ପ୍ରଧାନ । ନବଜ୍ଯୋତି ଭଲିବଲ କ୍ଳବ ଓ କୁଶମଡିହି ଗ୍ରାମବାସୀ ଙ୍କ ମିଲିତ ସହଯୋଗ ରେ ଦାମୋଦର ଭୋଇ,କୁମର ଜଗତ,କୁଶପଧାନ,ଦିବ୍ୟ ଭୋଇ,ରୋହିତ ଖଡିଆ,ବଳରାମ ଖଡିଆ,ସୁବାଷ ବରିହା,ସନ୍ଯାସୀ ଖଡିଆ,ଅଶୋକ ଭୋଇ,ଭରତ ପଧାନ,ହର ଭୋଇ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଛତିଶଗଡ ଓ ଓଡିଶା ର ଗ୍ରାମାଞ୍ଚଳ ର ଭଲିବଳ ଦଳ ଯୋଗ ଦେଇ ଥିଲେ ।



