ଲୁଦୁପାଲି ଗ୍ରାମ ରେ ମଶାରୀ ବଣ୍ଟନ ଶୁଭାରମ୍ଭ

ଜେ. ବି. ଏନ୍ (୨୩/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଲୁଦୁପାଲି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟରେ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଏଥିରେ
ଗାଁ କଲ୍ୟାଣ ସମିତି ର ସଭାପତି ପୁରୁଷୋତ୍ତମ ପାତିକାର ସଭ୍ଯ ,ଗୋପାଲ ରଥ ,ଷଷ୍ଠି କୁମାର ରଥ,ସଞୟ ଦାସ, କମଲା ପୋଡ, ପ୍ରେମଲତା ବରିହା,ହେମଲତା ରୋହିଦାସ
ପ୍ରମୁଖ ଯୋଗଦେଇ ଥିଲେ । ମଶାରୀ ବଣ୍ଟନ ପ୍ରଥମ ପର୍ଯ୍ୟାୟରେ ଗୋପାଳ ରଥ,ଷଷ୍ଠୀ ରଥ,କମଲା ପୋଡ,ସଞ୍ଜୟ ଦାସ,ହୋମ ରୋହିତ ଦାସ,ପ୍ରେମ ଲତା ବରିହା,ନାରାୟଣ ପ୍ରଧାନ ସଂକ୍ରୀତନ ରୋହିତ ଦାସ ପ୍ରମୁଖ କୁ ମଶାରୀ ବଣ୍ଟନ କରାଯାଇଛି ବୋଲି ଗ୍ରାମବାସୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ,ଆଶା,ବହୁ ସ୍ବେଚ୍ଛାସେବୀ ଯୁବକ ପରିଚାଳନା ରେ ସହଯୋଗ କରିଥିଲେ ।



