।
ଦୈନିକ ମୃତ୍ୟୁ ସଂଖ୍ୟା ଶହେ ତଳେ ରହିଛି; ବିଗତ ୨୪ ଘଣ୍ଟାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମୃତ୍ୟୁ ହୋଇନାହିଁ

ଜେ ବି ଏନ, ୨୩/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଦେଶରେ କରୋନା ସକ୍ରିୟ ମାମଲା ଏବେ ୧.୫୦ ଲକ୍ଷ ତଳେ ରହିଛି । ଆଜି ଏହା ୧.୪୭ ଲକ୍ଷ ତଳେ ରହିଛି । ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧.୩୪% ରହିଛି ସକ୍ରିୟ ମାମଲା ।
ବିଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୮୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଅପରପକ୍ଷରେ ବିଗତ ୨୪ ଘଣ୍ଟାରେ ୧୩,୨୫୫ ଜଣ ସୁସ୍ଥ ହୋଇଛନ୍ତି । ଏହାଫଳରେ ମୋଟ ସକ୍ରିୟ ମାମଲାରେ ୨୭୪୯ ହ୍ରାସ ହୋଇଛି । ଭାରତରେ ମୋଟ ପଜିଟିଭ୍ ହାର ୩%ରୁ କମ୍ ରହିଛି ।
ଭାରତରେ ଦୈନିକ କରୋନା ମୃତ୍ୟୁ ମାମଲା କ୍ରମେ ହ୍ରାସ ପାଇ ଚାଲିଛି । ବିଗତ ୨୪ ଘଣ୍ଟାରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି ।
ବିଗତ ୨୪ ଘଣ୍ଟାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କେହି କୋଭିଡ-୧୯ରେ ପ୍ରାଣ ହରାଇନାହାନ୍ତି । ଏସବୁ ରାଜ୍ୟ ମଧ୍ୟରେ ରହିଛି ମଧ୍ୟପ୍ରଦେଶ, ଆସାମ, ରାଜସ୍ଥାନ, ହରିଆନା, ଜମ୍ମୁ-କାଶ୍ମୀର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ମଣିପୁର, ସିକିମ, ତ୍ରିପୁରା, ଲଦାଖ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଓ ନଗରହାବେଳି, ଦାମନ ଓ ଡିଉ ।
୨୦୨୧ ଫେବୃୟାରୀ ୨୧ ତାରିଖ ସକାଳ ୮ଟା ସୁଦ୍ଧା ୨,୪୪,୮୭୭ ସେସନରେ ୧,୧୭,୪୫,୫୫୨ ଜଣଙ୍କର ଟିକାକରଣ ହୋଇଛି । ଏହା ମଧ୍ୟରେ ୬୪,୫୧,୨୫୧ ଜଣ ଏଚସିଡବ୍ଲୁ (ପ୍ରଥମ ଡୋଜ୍ ), ୧୨,୫୮,୧୭୭ ଜଣ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍) ଏବଂ ୪୦,୩୬,୧୨୪ ଜଣ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଅନ୍ତର୍ଭୁକ୍ତ ।
୨୦୨୧ ଫେବୃୟାରୀ ୧୩ ତାରିଖରେ ଆରମ୍ଭ ହୋଇଛି କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ । ଯେଉଁ ହିତାଧିକାରୀମାନେ ପ୍ରଥମ ଡୋଜ୍ ନେବାର ୨୮ ଦିନ ହୋଇଯାଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଉଛି । ୨୦୨୧ ମସିହା ଫେବୃୟାରୀ ୨ ତାରିଖରୁ ଏଫଏଲଡବ୍ଲୁଙ୍କ ଟିକାକରଣ ଆରମ୍ଭ ହୋଇଛି ।
ଟିକାକରଣର ୩୮ତମ ଦିବସରେ (୨୦୨୧ ଫେବୃୟାରୀ ୨୨) ୬,୨୮,୬୯୬ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୧୨୫୬୦ ସେସନରେ ୩,୩୮,୩୭୩ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ଦିଆଯାଇଛି ଏବଂ ୨,୯୦,୩୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
ମୋଟ ୧,୧୭,୪୫,୫୫୨ ଡୋଜ୍ ଟିକା ମଧ୍ୟରୁ ୧,୦୪,୮୭,୩୭୫ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ପ୍ରଥମ ଡୋଜ୍ ଓ ୧୨,୫୮,୧୭୭ (ଏଚସିଡବ୍ଲୁ) ଦ୍ୱିତୀୟ ଡୋଜ୍ ନେଇଛନ୍ତି ।
ମୋଟ ଟିକାକରଣରୁ ୫୧.୬୬% ଟିକା ଦିଆଯାଇଛି ୭ ରାଜ୍ୟରେ । ଉତ୍ତର ପ୍ରଦେଶରେ କେବଳ ୧୦.୪% (୧୨,୨୬,୭୭୫ ଡୋଜ୍) ଟିକା ଦିଆଯାଇଛି ।
ଟିକାକରଣର ଦ୍ୱିତୀୟ ଡୋଜରୁ ୬୧.୧୫% ଦିଆଯାଇଛି ୮ ରାଜ୍ୟରେ । କର୍ଣ୍ଣାଟକରେ କେବଳ ୧୧.୧୩% (୧,୪୦,୦୭୬) ଡୋଜ୍ ଦିଆଯାଇଛି ।
ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ୧.୦୭ କୋଟି (୧,୯୭,୧୨,୬୫୫) କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ସୁସ୍ଥତା ହାର ରହିଛି ୯୭.୨୨% । ମୋଟ ସୁସ୍ଥ ଏବଂ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ କ୍ରମାଗତ ବୃଦ୍ଧି ପାଇ ୧୦,୫୬୫,୩୫୯ ରେ ପହଞ୍ଚିଛି ।
ସୁସ୍ଥଙ୍କ ମଧ୍ୟରୁ ୮୬.୫୬% ଆସିଛନ୍ତି ୬ ରାଜ୍ୟରୁ ।
କେରଳରେ ଗୋଟିଏ ଦିନରେ ସର୍ବାଧିକ ୫,୦୩୭ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୦୩୫ ଏବଂ ତାମିଲନାଡ଼ୁରେ ୪୬୧ ଜଣ ସୁସ୍ଥ ହୋଇଛନ୍ତି ।
ନୂଆ କରୋନା ମାମଲା ମଧ୍ୟରୁ ୮୪% ଆସିଛନ୍ତି ୬ ରାଜ୍ୟରୁ ।
ମହାରାଷ୍ଟ୍ରରେ କ୍ରମାଗତ ଭାବେ ଗୋଟିଏ ଦିନରେ ସର୍ବାଧିକ ୫,୨୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ୨,୨୧୨ ଏବଂ ତାମିଲନାଡ଼ୁରେ ୪୪୯ ଜଣ ଚିହ୍ନଟ ହୋଇଛନ୍ତି ।
୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୮୪.୬୨% ମୃତ୍ୟୁ ହୋଇଛି ୬ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୬ ଜଣ ଓ ପଞ୍ଜାବରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)