ଧନ ଫାଉଣ୍ଡେସନ୍ ଆନୁକୁଲ୍ୟରେ ଏକଦିବସୀୟ ବୁଦ୍ଧିଜୀବୀ ଙ୍କ କର୍ମଶାଳା ଅନୁଷ୍ଠିତ

ଜେ ବି ଏନ, ୨୪/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଧନ ଫାଉଣ୍ଡେସନ୍ ଆନୁକୁଲ୍ୟରେ ଆଜି ହିନ୍ଦୋଳ ବ୍ଳକ୍ ବାଉଁଶ ପୋଖରୀ ସଭା ଗୃହରେ ବିତୀୟ ସାକ୍ଷରତା କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଏକଦିବସୀୟ ବୁଦ୍ଧିଜୀବୀ ଙ୍କ କର୍ମଶାଳାରେ ବାଉଁଶ ପୋଖରୀ ପଞ୍ଚାୟତ ସରପଞ୍ଚ ରେଣୁବାଳା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଧନ ଫାଉଣ୍ଡେସନ୍ ର ପ୍ରୋଜେକ୍ଟ୍ ଇଓ ମୁରଲୀ ଧର ଦାସ, କ୍ଷେତ୍ର ଅଧିକାରିଣୀ ସୁଭଦ୍ରା ମ୍ୟାଡାମ୍,ଏସ୍ ବି ଆଇ ର ବିସି ବିଭୂତି ଭୂଷଣ ଭଞ୍ଜ,ଓଜିବି ର ପ୍ରସନ୍ନ ନାଏକ ଓ ବାଉଁଶ ପୋଖରୀ ପିଓ ଶୁଶିଲ୍ କୁମାର ଜେନା ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ସବୁ ବ୍ୟକ୍ତିଙ୍କ ପାଖରେ ଜୀବନ ଜ୍ୟୋତି ବୀମା ଯୋଜନା ଓ ଜୀବନ ସୁରକ୍ଷା ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଯୋଜନାର ସୁଫଳ ପାଇବା ସଂପର୍କରେ ଆଲୋକପାତ କରିଥିଲେ।।



