କୁଶମଡିହି ନବଜ୍ଯୋତି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବାଞିପାଲି ଦଳ କୁ ପରାସ୍ତ କରି ଦ୍ବାରୀ ଚମ୍ପିୟାନ
ଜେ. ବି. ଏନ୍ (୨୪/୦୨ /୨୦୨୧) ବରଗଡ଼ :ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତ ଅଧିନସ୍ଥ କୁଶମଡିହି ଗ୍ରାମ ନବ ଜ୍ଯୋତି ଭଲିବଳ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ଫାଇନାଲ ଖେଳ ରେ ବାଞିପାଲି ହରାଇ ଦ୍ବାରୀ ଦଳ ଚମ୍ପିୟାନ ହୋଇଥିଲେ । ପୁରସ୍କାର ବିତରଣୀ ସଭା ରେ ଯୁବ ନେତା ଆଶିଷ ପୁରୋହିତ,ଦେବାର୍ଚ୍ଚନ ମଲ୍ଲିକ, ଶିବ ଡନସନା ବିଜେପି ବ୍ଳକ ସଭାପତି ପ୍ରହ୍ଲାଦ ଖମାରୀ, ପ୍ରଫୁଲ୍ଲ ପ୍ରଧାନ,ସୁରେଶ ପଟେଲ,ଶଂଖର ପଟେଲ ପ୍ରମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ପ୍ରଦାନ କରିଥିଲେ । ମେନ ଅଫ ଦି ମ୍ଯାଚ ନୀଳ ପ୍ରଧାନ ଓ ମେନ ଅଫ ଦି ସିରିଜ ଚିନ୍ତା ମଣି ବାଗ କୁ ପୁରସ୍କୃତ କରାଯାଇଥିଲା । ଖେଳପରିଚାଳନା ରେ ଦୁର୍ଯ୍ୟୋଧନ ନାୟକ,ତୁଷାର ଦାସ,ଯାଦବ ଛତର,ମାଧବ ପ୍ରଧାନ । ସ୍କୋର ରେ ଦାମୋଦର ଭୋଇ ,ମୋତିଲାଳ ଖଡିଆ ଓ ଧାରାବିବରଣୀ ଅରୁଣ ପ୍ରଧାନ । ନବଜ୍ଯୋତି ଭଲିବଲ କ୍ଳବ ଓ କୁଶମଡିହି ଗ୍ରାମବାସୀ ଙ୍କ ମିଲିତ ସହଯୋଗ ରେ ଦାମୋଦର ଭୋଇ,କୁମର ଜଗତ,କୁଶପଧାନ,ଦିବ୍ୟ ଭୋଇ,ରୋହିତ ଖଡିଆ,ବଳରାମ ଖଡିଆ,ସୁବାଷ ବରିହା,ସନ୍ଯାସୀ ଖଡିଆ,ଅଶୋକ ଭୋଇ,ଭରତ ପଧାନ,ହର ଭୋଇ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏଥିରେ ଓଡିଶା ଓ ଛତିଶଗଡ ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ ।




