ପଜିଟିଭ ସଂଖ୍ୟା ୧୨୩୪୫ ରେ ପହଞ୍ଚିଲା
ସୁସ୍ଥ ହେଲେ ୦୩ ଜଣ ଆକ୍ରାନ୍ତ

ଜେ. ବି. ଏନ୍ (୨୪/୦୨ /୨୦୨୧, ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରେ ୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥୁବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥୁବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କୁ ମଧ୍ୟରେ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) , ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଓ ତାଳଚେର ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ଆଜି କଣିହାଁ ବ୍ଲକ , ବଅଁରପାଳ ବ୍ଳକ , ଅନୁଗୋଳ ପୌରାଞ୍ଚଳ , ଅନୁଗୋଳ ବ୍ଳକ , ତାଳଚେର ପୌରାଞ୍ଚଳ , କିଶୋରନଗର ବ୍ଲକ , ପାଳଲହଡା ବ୍ଳକ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଭୃତି ୮ଟି କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୩ ଜଣ ଯାକ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।



