ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ

ଜେ ବି ଏନ, ୨୪/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲରେ ଆଜି ଫାଇଲେରିଆ ନିରାକରଣ ପାଇଁ ସିଡିଏମ ଅଭେୟ କୁମାର ଦାସଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଲୋଚନା କରି ସିଡିଏମ ଶ୍ରୀ ଦାସ କହିଛନ୍ତି ଆସନ୍ତା ଫେବୃୟାରୀ 25 ତାରିଖରୁ ମାର୍ଚ୍ଚ 6 ତାରିଖ ପର୍ୟ୍ଯନ୍ତ ଜିଲ୍ଲାରେ ଫାଇଲେରିଆ ପ୍ରତିରୋଧକ ଡିଇସି ଓ ଆଲବେଣ୍ଡୋଜଳ ବଟିକା ସେବନ ପାଇ ଆଶାକର୍ମୀ ଏଏନଏମ କର୍ମୀମାନେ ଘରକୁ ଘର ଯାଇ ପରିବାରବର୍ଗକୁ ବୟସ ଅନୁଯାୟୀ ବଟିକା ଖୁଆଇବେ ଏବଂ ଗର୍ଭବତୀ ମହିଳା,ଦୁଇବର୍ଷରୁ କମ ଶିଶୁ ଓ ଗୁରୁତର ବ୍ୟକ୍ତିକୁ ବଟିକା ଖାଇବେ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।



