ପାନୀୟ ଜଳ ର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜେ. ବି. ଏନ୍ ( ୨୫/୦୨ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଘଟି ପିରି ପଞ୍ଚାୟତ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନା ଅନୁଯାଇ ପାନୀୟ ଜଳ ଟାଙ୍କି ର ଶୁଭ ଉଦ୍ଘାଟନ ହୋଇଅଛି। କିନ୍ତୁ ଟାଙ୍କି ଥାଇ ମଧ୍ୟ ପଞ୍ଚାୟତ ବାସୀ ପାଣି ଉପାସରେ ରହୁଛନ୍ତି। ପଞ୍ଚାୟତ ବାସୀଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଗ୍ରାମରେ ବିଦ୍ୟୁତ୍ ବାରମ୍ବାର କରାଯାଉଥିବାରୁ ଗ୍ରାମବାସୀଙ୍କ ନିକଟରେ ପାନୀୟ ଜଳ ସେବନ କଷ୍ଟ ସାଧ୍ୟ ହେଉଛି। ଦିନ ମଧ୍ୟରେ କେଉଁ ସମୟରେ ବିଜୁଳି ଆସିବ ଓ କେଉଁ ସମୟରେ ଲୋକ ମାନେ ପାଣି ପାଇଁ ଅପେକ୍ଷା କରି ହତାଶ ହେଉଛନ୍ତି। ପାଣି ଟାଙ୍କି ଥାଇ ମଧ୍ୟ ବିଜୁଳି ଥିବା ସମୟରେ ପାଣି ସପ୍ଲାଇ ପାଇଁ ଯାଉ ଟାଙ୍କି ଟି ତିଆରି ହୋଇଛି ସେଥିରେ ପାଣି ଭର୍ତି କରି ରଖାଯାଏ ଗ୍ରାମବାସୀଙ୍କୁ ସଠିକ ସମୟରେ ପାଣି ଯୋଗାଣ ହୋଇପାରିବ ଏହି ଅଭିଯୋଗ ନେଇ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।



