ସୀମା ବିବାଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ : ଗୃହ ମୁଲତବୀ ଘୋଷଣା କଲେ ଉପ ବାଚସ୍ପତି

ଜେ ବି ଏନ, ୨୬/୦୨ /୨୦୨୧, ଭୁବନେଶ୍ୱର : :ସୀମା ବିବାଦ ଓ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ପୁଣି ହଙ୍ଗାମା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟ ୧୯୬୮ ମସିହାରୁ କୋଟିଆ ସମସ୍ୟା ଦେଖାଦେଲାଣି। ମୁଖ୍ୟମନ୍ତ୍ରୀ ନିଘୋଡ଼ ନିଦରେ ଶୋଇଛନ୍ତି। ରାଜ୍ୟରେ କ’ଣ ଘଟୁଛି ସରକାରଙ୍କ ଗୋଇନ୍ଦା ସଂସ୍ଥା ଜାଣିପାରୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଜଣାଉନାହାନ୍ତି। କୋଟିଆ ଅଞ୍ଚଳ ଏବେ ରାଜ୍ୟ ହାତରୁ ଚାଲିଗଲାଣି। ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତଙ୍କୁ ସେଠାକୁ ଯିବାକୁ ହେବ। ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ। ଚାଷୀ ପ୍ରସଙ୍ଗରେ ସମବାୟ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଭାଜପା ଖପ୍ପା ହୋଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଚାଷୀଙ୍କୁ ଦଲାଲ କହିଥିବାରୁ ସମବାୟ ମନ୍ତ୍ରୀ କ୍ଷମାମାଗନ୍ତୁ ଦାବିରେ ଗୃହକୁ ଅଚଳ କରି ଦେଇଥିଲେ।
ସେହିପରି ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଗୃହ ଅଚଳାବସ୍ଥା ଦେଖାଯିବା ଫଳରେ ଉପବାଚସ୍ପତି ବାଧ୍ୟ ହୋଇ ମୁଲତବୀ ପ୍ରସ୍ତାବ ଆଲୋଚନା ଶୁକ୍ରବାରକୁ ଘୁଞ୍ଚାଇ ଗୃହକୁ ମଧ୍ୟାହ୍ନ ୧୨ଟା ୩୮ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।



