ଦଫା କୁ କରିଦେବେ ସଫା

ଭିଜିଲାନ୍ସ ଜାଲରେ ପଡିଲେ ଥାନା ଅଧିକାରୀ
ଜେ ବି ଏନ, ୨୬/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ : ନିହଲ ପ୍ରସାଦ ଅଂଚଳର ଅଇଁଠା ସେଠୀ ନାମକ ଜଣେ ବ୍ୟକ୍ତିଙ୍କର ପୁଅଙ୍କ ନାମରେ ଯୌତୁକଜନିତ ନିର୍ଯାତନା ସମ୍ପର୍କିତ ଏକ ମାମଲା ନିହଲ ପ୍ରସାଦ ଥାନାରେ ରହିଥିଲା ।କିଛିଦିନ ପୂର୍ବେ ଥାନା ଅଧିକାରୀ ଅଇଁଠା ସେଠୀ ଘରକୁ ଯାଇ ବହୁ ର ବାହାଘର ସମୟରେ ଆଣିଥିବା ଜିନିଷ ଦେବା ପାଇଁ ଓ ବିଭିନ୍ନ ପ୍ରକାର ଧମକ ଦେଇଥିଲେ। ଥାନା ରେ ଦେଖା କରିବା ପାଇଁ କହିଥିଲେ।
ତେବେ ଏହି ମାମଲାରୁ ୩୦୭ଦଫା କାଟିଦେବା କହି ପ୍ରଥମେ ୨୦,୦୦୦ (କୋଡ଼ିଏ ହଜାର) ଟଙ୍କା ଦାବି କରିଥିଲେ ଓ ପରେ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଥାନା ଅଧିକାରୀ । ଫଳରେ ଏ ସମ୍ପର୍କରେ ଅଇଁଠା ସେଠୀ କଟକ ଭିଜିଲାନ୍ସ ବିଭାଗର ଅଭିଯୋଗ କରିଥିଲେ । ଯୌତୁକ ଜନିତ ନିର୍ଯାତନା ମାମଲାରେ ମରଣାନ୍ତକ ଆକ୍ରମଣ ଜନିତ ଦଫା କାଟିଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେଇଥିବା ରାସାୟନିକ ବୋଳା ୬ ହଜାର ଟଙ୍କାକୁ ଭିଜିଲାନ୍ସ ତାଙ୍କଠାରୁ ଜବତ କରିଛି । ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସହ ଏହି ଲାଞ୍ଚ ଟଙ୍କା ନେବାବେଳେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ସହଯୋଗୀ ତଥା ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଲଣ୍ଡ୍ରି ଦୋକାନୀ ଲକ୍ଷ୍ମଣ ସେଠୀ ବୋଲି ଜଣାପଡିଛି । ଉଭୟଙ୍କ ଘର ସ୍ଥାନୀୟ ନିହଲପ୍ରସାଦରେ ବୋଲି ଜଣାପଡିଛି ।



