ସପ୍ତମ ବାର୍ଷିକ କଳସ ଶୁଭାଯାତ୍ରା ଅନୁଷ୍ଠିତ

ଜେ ବି ଏନ, ୨୬/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ପରଜଙ୍ଗ: ୨୬-୦୨-୨୦୨୧ ଆଜି ବାରିହାପୁର ଗ୍ରାମର ଚକ୍ରଧର ପୁର ଠାରେ ଜଗନ୍ନାଥ ମହିଳା ସୁରକ୍ଷା ପରିଷଦ ପକ୍ଷରୁ ସପ୍ତମ ବାର୍ଷିକ କଳସ ଶୁଭାଯାତ୍ରା ଜଗନ୍ନାଥ ଗ୍ରୋପ୍ ଓ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା ମଙ୍ଗଳା, ମା ଦୁର୍ଗା, ଭୈରବୀ, ଶନି ଦେବ ଙ୍କ ରୀତିନୀତି ଅନୁଯାୟୀ କଳସ ଯାତ୍ରା ପୂଜାର୍ଚ୍ଚନା କରାଯାଇ ସମସ୍ତ ମହିଳା ମାନେ ଏକାଠି ହୋଇ କଳସ ଶୁଭାଯାତ୍ରାରେ ସାମିଲି ହୋଇଥିଲେ। ଏହି କଳସ ଶୋଭାଯାତ୍ରା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର କର୍ତା ମହୁର ମାଝୀ, ପବିତ୍ର ମାଝୀ, ପୂଜକ ଗୋପବନ୍ଧୁ ପଣ୍ଡା, ମାଧବ ରଣା, ମହିଳା ସଭାନେତ୍ରୀ ଅଞ୍ଜନା ସାମଲ, ସମ୍ପାଦିକା ସରସ୍ୱତୀ ସାହୁ, ସଦସ୍ୟ ସୁଭଦ୍ରା ମାଝୀ, କସ୍ତୁରୀ ସାମଲ, ବାସନ୍ତୀ ସାମଲ, କବିତା ସାମଲ, ଉପମା ମାଝୀ, ସାରଳା ମାଝୀ, ବାସନ୍ତୀ ସାମଲ, ରଞ୍ଜିତା ମାଝୀ, କୁକୁମ ଦାସ, ଏବଂ ସମସ୍ତ ଗ୍ରାମବାସୀ ମାନେ ସାମିଲ ଥିଲେ l



