ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜେ ବି ଏନ, ୨୭/୦୨ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), ମୁନିଗୁଡା : ଆଶ୍ରମ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ହେଲେ ବିଜୁ ହୁଈକା । ତାଙ୍କ ବୟସ ୧୫ ବର୍ଷ । ତାଙ୍କ ଘର କାର୍ଲିକଣା ବୋଲି ଜଣାପଡିଛି । ସେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ମଙ୍ଗଳ ବିଭାଗ ଅଧୀନରେ ଥିବା ବେଥୁଆପଡା ପଞ୍ଚାୟତର କପାପଦର ସରକାରୀ ଉଚ୍ଚ ବିଦ୍ୟାଳୟର ଆଶ୍ରମରେ ରହି ୯ମ ଶ୍ରେଣୀରେ ପାଠ ପଢୁଥିଲେ । ସୂଚନାଯୋଗ୍ୟ ଯେ , ଶୁକ୍ରବାର ରାତିରେ ସେ ହଷ୍ଟେଲରେ ଖାଇପିଇ ଶୋଇଥିବା ବେଳେ ଶନିବାର ସକାଳୁ କୌଣସି କାରଣରୁ ଅସୁସ୍ଥ ହୋଇପଡିଥିଲେ । ଦାଇତ୍ୱରେ ଥିବା ଶିକ୍ଷକ ଆମ୍ବୁଲାନ୍ସରେ ବିଷମ କଟକ ଗୋଷ୍ଠୀସ୍ବାହ୍ନୁ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଛାତ୍ର ଜଣଙ୍କ ଏଠାରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ଏହାକୁ ନେଇ ବିଜୁ ହୁଈକାଙ୍କ ପରିବାର ପକ୍ଷରୁ ଅବେହେଳା ହୋଇଥିବା ଅଭିଯୋଗ କରିଛନ୍ତି । ଉକ୍ତ ଛାତ୍ରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାଙ୍କର କିଭଳି ମୃତ୍ୟୁ ଘଟିଲା ତାହାର ତଦନ୍ତ ଦାବି କରିଛନ୍ତି ପରିବାରବର୍ଗ । ଅନ୍ୟପଟେ ଛାତ୍ର ଜଣଙ୍କ ସୁସୁ ଥୁଲା ଏବଂ ହଠାତ୍ ଅସୁସ୍ଥ ହେବାରୁ ହସ୍ପିଟାଲ ଅଣାଯାଇଥିବା କୌଣସି ଅବେହେଳା କରାଯାଇନଥିବା କହିଛନ୍ତି ପ୍ରଧାନ ଶିକ୍ଷକ ।



