କୋଭିଡ-19 ଟୀକାର ପ୍ରଥମ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ
ଜେ ବି ଏନ, ୦୧/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଏମ୍ସ ଠାରେ କୋଭିଡ-19 ଟୀକାର ପ୍ରଥମ ଡୋଜ୍ ନେଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଏମ୍ସ ଠାରେ କୋଭିଡ-19 ଟୀକାର ପ୍ରଥମ ଡୋଜ୍ ନେଲି। କୋଭିଡ-19 ବିରୋଧରେ ବିଶ୍ବର ଲଢ଼େଇକୁ ମଜଭୁତ କରିବା ଲାଗି ଅତି ଅଳ୍ପ ସମୟରେ ଆମର ଡାକ୍ତର ଓ ବୈଜ୍ଞାନିକମାନେ ଯେପରି କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ। ଟୀକା ନେବା ଲାଗି ଯୋଗ୍ୟ ସମସ୍ତଙ୍କୁ ମୁଁ ନିବେଦନ କରୁଛି, ଆସନ୍ତୁ, ଭାରତକୁ କୋଭିଡ-19 ମୁକ୍ତ କରିବା।”
https://twitter.com/narendramodi/status/1366200664402006016?s=09



