
ଅତିରିକ୍ତ ଜିଲ୍ଲାପାଳ ନେଲେ କୋଭିଡ ଟୀକା ।
(ଜେ ବି ଏନ /ସୁଶାନ୍ତ କୁମାର) ୦୧.୦୩. ୨୦୨୧ ଅନୁଗୋଳ : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖୀ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ କୋଭିସି ଟୀକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି । ଦୀର୍ଘ ୧୭ ବର୍ଷ ଧରି ସେ ମଧୁମେହ ରୋଗରେ ପୀଡ଼ିତ ହେବା ସହ ତାଙ୍କ ହାର୍ଟରେ ଅସ୍ତ୍ରୋପଚାର କରାଯାଇ ୩ ଟି ଷ୍ଟେଣ୍ଟ ଲଗାଯାଇଛି । ଏଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥାଇ ସେ ଏହି ଟୀକା ଗ୍ରହଣ କରି ଅନ୍ୟ ମାନଙ୍କୁ ଏହି ଟୀକା ଗ୍ରହଣ କରିବାକୁ ପ୍ରେରଣା ଯୋଗାଇଛନ୍ତି । ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଅତିରିକ୍ତ ଜିଲ୍ଲାପାଳଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟୀକା ଗ୍ରହଣ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଏହି ଟୀକା ଗ୍ରହଣ କରିବା ପରେ ଅଧା ଘଣ୍ଟା ଚିକିତ୍ସାଳୟରେ ବିଶ୍ରାମ ନେଇଥିଲେ ଏବଂ ଟୀକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବାର ସେ ହୃଦୟଙ୍ଗମ କରି ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ଟୀକାକରଣ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାଃ. ଅଭୟ କୁମାର ଦାଶ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)