ସବ୍ୟସାଚୀ ଓ ଅର୍ଚିତା ବିବାହ ବନ୍ଧନରେ : ବହୁ ବର୍ଷ ପୂର୍ବରୁ ପ୍ରଶଂସକ ଦେଇଥିଲେ ଏହି ପ୍ରସ୍ତାବ

ଜେ ବି ଏନ, ୦୨/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ଚଲଚ୍ଚିତ୍ର ଜଗତର ପ୍ରସିଦ୍ଧ ଯୋଡି ସବ୍ୟସାଚି ଓ ଅର୍ଚିତା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି l ତେବେ ପାଠକ ବନ୍ଧୁ ଆଶ୍ଚର୍ଯ୍ୟ ହେବେ ଯେ କିଛି ବର୍ଷ ପୂର୍ବେ ତାଙ୍କର ପ୍ରସଂଶକ ମାନେ ତାଙ୍କ ଯୋଡିକୁ ଏତେ ପସନ୍ଦ କରନ୍ତି ଯେ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ପ୍ରସ୍ତାବ ଦେଇଥିଲେ l କିନ୍ତୁ ସେତେବେଳକୁ ଏହା ଏକ ସାଧାରଣ କଥା ଭାବେ ସମସ୍ତେ ଭୁଲି ଯାଇଥିଲେ l ହେଲେ ଆଜି ଏ କଥା ସତ ହୋଇଛି l କାରଣ ଉଭୟେ ଉଭୟଙ୍କୁ ଖୁବ୍ ପସନ୍ଦ କରିଛନ୍ତି l ଉଭୟଙ୍କ ରୁଚି ମଧ୍ଯ ଦର୍ଶକ ଓ ପ୍ରସଂଶଙ୍କ ଖୁବ୍ ଗ୍ରହଣ କରିଛନ୍ତି l
ତେବେ ଉଭୟେ ବିବାହ କରିବା ନେଇ କୌଣସି ସୂଚନା ଦେଇ ନଥିବାରୁ ଦର୍ଶକେ ଓ ଓ ପ୍ରସଂଶକ ଙ୍କୁ ଏହା ସହଜରେ ହଜମ ହୋଇ ନଥିଲା l ବିବାହର କିଛି ସମୟ ପୂର୍ବରୁ ଓ ସବ୍ୟସାଚୀ ଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏହା ଆନୁମାନ ହୋଇଥିଲା l ତେବେ ସେମାନେ ରାଜସ୍ଥାନର ଏକ ହୋଟେଲ ରେ ବିବାହ କରିଥିବା ସୂଚନା ମିଳିଛି l
ଆସନ୍ତା ଦିନ ଗୁଡ଼ିକରେ ତାଙ୍କର ରିଲ୍ ଲାଇଫ ଦର୍ଶକ ଙ୍କୁ କେତେ ମସଲା ଓ ମନୋରଞ୍ଜନ ର ଖୋରାକ ଯୋଗାଇବ ଓ କଣ ତାଙ୍କର ଆଗାମୀ ପଦକ୍ଷେପ ରହିବ ତାକୁ ନେଇ ତାଙ୍କୁ ଭଲ ପାଉଥିବା ସମୁହ ଓ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି l

https://twitter.com/sabyaactor/status/1366024688862785537?s=09



