ଅବହେଳିତ ରୋଗୀ ସେବା ପାଇଁ ଅଭିଯୋଗ

CDMO ଦ୍ଵାରସ୍ଥ ହେଲେ କୃଷକ ମୋର୍ଚ୍ଚାର ସଭାପତି
ଜେ. ବି. ଏନ୍, ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି, (୦୩/୦୩/୨୦୨୧) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅବହେଳିତ ଚିକିସ୍ଥା ଓ ଡାକ୍ତର ଅଭାବୀ ସମସ୍ୟାର କେନ୍ଦ୍ର ବିନ୍ଦୁ ଢେଙ୍କାନାଳ ଚିକିତ୍ସାଳୟ। ଢେଙ୍କାନାଳ ଚିକିତ୍ସାଳୟ ରେ ୮୦ ବଖରା ଗୃହ ଅଛି କିନ୍ତୁ ରୋଗୀମାନଙ୍କ ର ମନୋବଳ ନାହିଁ, ଏଠାକୁ ଆସିବାକୁ କାରଣ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନାହାନ୍ତି ଚିକିତ୍ସକ। ଚିକିତ୍ସକ ପଦବୀ ଖାଲି ପଡ଼ିବା ସହ ଅତି ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଉଅଛି। ଇତ୍ୟାଦି ସହ ଅଲଟ୍ରାସାଉଣ୍ଡ ମେସିନ୍ ଓ CT ସ୍କାନ୍ ଉପଲବ୍ଧ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି। ରାମ ବିଜେପି କୃଷକ ମୋର୍ଚ୍ଚା ର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର ଓ ଏଥି ସହିତ ବହୁ ସଂଖ୍ଯାରେ ବରିଷ୍ଠ ନାଗରିକ ମାନେ ଏ ବାବାଦରେ CDMO ସୁଜାତା ରାଣୀ ମିଶ୍ର ଙ୍କୁ ଜଣାଇଛନ୍ତି। ପ୍ରତିକ୍ରିୟାରେ CDMO କହିଛନ୍ତି ଯେ, ଡକ୍ଟର ପଦବୀ ବିଷୟରେ ଚିଠି ଦିଆଯାଇଅଛି। ଅଲଟ୍ରାସାଉଣ୍ଡ ନାହିଁ ଏ ବାବଦରେ MLA ଓ MP ମହାଶୟଙ୍କୁ ଲିଖିତ ଭାବରେ ଜାଣଇଦିଆଯାଇଅଛି ।




