ମନ୍ଥନ ଦୈନିକ ଖବରକାଗଜର ୧୨ତମ ବାର୍ଷିକ ଉସ୍ଛବ ପାଳିତ

ଜେ. ବି. ଏନ୍ (୩/୦୩/୨୦୨୧),ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ ସହରର ଟାଉନହଲ ମଧ୍ୟରେ ମନ୍ଥନ ଦୈନିକ ଖବରକାଗଜ ର ୧୨ ତମ ବାର୍ଷିକ ଉସ୍ଛବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉସ୍ଛବ ରେ କଟକ ବାରବାଟୀ ର ବିଧାୟକ ମହମ୍ମଦ ମକିନ, ସଂମାନିତ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ନବୀନ ନାରାୟଣ ଦାସ, ଓଡିଶା ଶିଳ୍ପ ସଂଘର ସଭାପତି ଅବନୀ କାନୁନ୍ଗୋ, ବରିଷ୍ଠ ସାହିତ୍ୟିକ ନେତ୍ରାନନ୍ଦ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଥମେ ଅତିଥି ମାନଙ୍କଦ୍ୱାରା ଦ୍ୱୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଏହି ମନ୍ଥନ ଖବରକାଗଜ ଯାହାକି ତ୍ରୟମାସିକ ରୂପେ ପ୍ରକାଶ ପାଉଥିଲା ତାହା ଏବେ ଠାରୁ ଦୈନିକ ପ୍ରକାଶିତ ହେବ, ସେ ସମ୍ବନ୍ଧରେ ମନ୍ଥନ ର ସମ୍ପାଦକ ଶରତ ରାଉତ ସୂଚନା ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ମନ୍ଥନର ଦୈନିକ ଖବରକାଗଜ କୁ ଉନ୍ମୋଚିତ କରାଯାଇଥିଲା ।




