ପାଣି ପାଇଁ ମହିଧରପୁର ଛକରେ ଗରା, ମାଠିଆ ଧରି ମହିଳା ମାନଙ୍କ ଆନ୍ଦୋଳନ

ଜେ ବି ଏନ, ୦୫.୦୩.୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହିଧରପୁର ପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ ପାଣି ପାଇଁ ଅତିଷ୍ଠ ହୋଇ ଗ୍ରାମର ମହିଳା ମାନେ ଏକଜୁଟ ହୋଇ ମହିଧରପୁର ଛକ ଠାରେ ଆନ୍ଦୋଳନ କରିଛନ୍ତି। ପାଣି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି, କିନ୍ତୁ ଦୁଃଖର ବିଷୟ ମହିଳା ମାନେ ପାଣି ଟୋପେ ପାଉନାହାଁନ୍ତି। ଆଜି ଏହାର ପରିଣାମ ଦେଖିବାକୁ ମିଳିଛି ମହିଧରପୁର ଠାରେ। ମହିଳା ମାନେ ଗରା, ମାଠିଆ ଧରି ରାସ୍ତା ରୋକ କରିଛନ୍ତି। ଯାହା ଫଳରେ ଉଭୟ ପାର୍ଶ୍ଵରେ ଅନେକ ଗାଡି ଅଟକି ରହିଛି। ମହିଧରପୁର ଫାଣ୍ଡି ପୋଲିସ ଘଟଣା ନଜର ରଖିଛି।




