ଆଜି ବନ୍ଦ ରହିବ ସ୍କୁଲ୍, କଲେଜ

ଜେ ବି ଏନ, ୦୫/୦୩ /୨୦୨୧, ଭୁବନେଶ୍ୱର : ରାଜ୍ୟରେ ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ l ଆଜି ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ ରହିଛି l ସୂଚନା ମୁତାବକ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ସରକାରୀ, ବେସରକାରୀ ଡିଗ୍ରି କଲେଜର ଅଧ୍ୟକ୍ଷ ମାନଙ୍କୁ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଚିଠି ଲେଖି ଅବଗତ କରାଇଥିଲେ । ସେହିଭଳି ସମସ୍ତ ହାଇସ୍କୁଲ ଏବଂ ଯୁକ୍ତ୨ କଲେଜ ମଧ୍ୟ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏବେ କେବଳ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି। ବାକି ପିଲାଙ୍କ ଲାଗି କ୍ଲାସ ବନ୍ଦ ରହିଛି।



