୧୫ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ

ଜେ. ବି. ଏନ୍ (୦୫/୦୩/୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ୧୫ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଶୁକ୍ରବାର ଦିନ କାଙ୍କଡ଼ାପାଲ ପୁରୁଣା ସାହି ଅନୁଷ୍ଠିତ ହୋଇଯାଇଛି। ଗତ କାଲି କଳସ ଯାତ୍ରା ମହାସମାରୋହ ସହ କରାଯାଇ ଅଧିବାସ ପୂଜା କରାଯାଇଥିଲା। ଆଖ ପାଖ ଗ୍ରାମର ୧୭ ଦଳ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଆଦ୍ୟ ରାତ୍ର ନାମ ସଙ୍କୀର୍ତ୍ତନ କରିଥିଲେ। ଏଥିରେ ଶ୍ରୀ ଜଗନ୍ନାଥ ତ୍ରିପାଠୀ ମୁଖ୍ୟ ପୁରୋହିତ ଭାବରେ କାର୍ଯ୍ୟ ସମ୍ପାଦନା କରିଥିଲେ। ବିଚିତ୍ରା ନନ୍ଦ ଦାସ, ଦୁର୍ଯ୍ୟୋଧନ ସାହୁ, କୈଳାଶ ଚନ୍ଦ୍ର ସାହୁ, ବିଶ୍ୱଜିତ୍ ସାହୁ, ଜଗନ୍ନାଥ ଦାସ, ବାପୁନ ଦାସ, ଗୋବର୍ଦ୍ଧନ ଷେଣ୍ଢ, ଉପରୋକ୍ତ ସମସ୍ତ ସଦସ୍ୟ ମାନଙ୍କର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ ସମାପନ କରିଥିଲେ। ଅଷ୍ଟ ପ୍ରହରୀ କମିଟୀ କଙ୍କଡ଼ା ପାଲ ପୁରୁଣା ସାହି, ଆସନ୍ତା କାଲି ଉଦଯାପନୀ ଉତ୍ସବ ପାଳନ ହେବ।




