ଢେଙ୍କାନାଳ ବିଜେଡି କାର୍ଯ୍ୟାଳୟରେ ବିଜୁଜୟନ୍ତୀ ପାଳିତ

ଜେ. ବି. ଏନ୍ (୦୫/୦୩ /୨୦୨୧) (ରଞ୍ଜିତ ବେହେରା ରିପୋର୍ଟ) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟରେ ପାଳିତ ହୋଇଯାଇଛି । ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦେଶ୍ୟରେ ତାଙ୍କର ଜନ୍ମ ଜୟନ୍ତୀ କୁ ଓଡ଼ିଶାରେ ପଂଚାୟତରାଜ ଦିବଶ ରୂପେ ପାଳନ କରାଯାଇଆସୁଅଛି । ଆଜିର ଏହି ଜନ୍ମ ଜୟନ୍ତୀ ଉପଲକ୍ଷେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ, ବିଜେଡି ଦଳର କର୍ମୀ ନବୀନ ଦଳେଇ, ଇନ୍ଦ୍ରମଣି ବେହେରା ଙ୍କ ସମେତ ଅନେକ ବିଜେଡି କର୍ମୀ ଯୋଗ ଦେଇଥିଲେ । ଦୁଇ ବରିଷ୍ଠ ବିଜେଡି କର୍ମୀ କୁନ୍ତଳା ଦଳେଇ ଏବଂ ବାବି ମିଶ୍ର ଙ୍କ ବିୟୋଗରେ 2 ମିନିଟ ପାଇଁ ଶାନ୍ତି ପ୍ରାର୍ଥନା ମଧ୍ୟ କରାଯାଇଥିଲା । ଆଜିର ଏହି ଦିବସ ଉପଲକ୍ଷେ ବିଜୁ ବାବୁଙ୍କ ମହିମା ଏବଂ ଗୌରବ ସମ୍ପର୍କରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିଜର ମତ ରଖିଥିଲେ । ପରିଶେଷରେ ଯୁବ ନେତା ସୁରଜ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।





