ମା ହିଙ୍ଗୁଳା ଙ୍କ ବାର୍ଷିକ ଯାତ୍ରା ବିଷୟରେ ଏକ ବୈଠକ ଅନୁଷ୍ଠିତ

(ଜାଗ୍ରତ ଭାରତ ନିୟୁଜ, ୦୬/୦୩ /୨୦୨୧, ରିପୋର୍ଟ୍ ସୌମ୍ୟରଞ୍ଜନ ଶତପଥୀ), କଣିହାଁ/ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଙ୍କ ବାର୍ଷିକ ଯାତ୍ରା ବିଷୟରେ ଏକ ବୈଠକ ମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ,ଟ୍ରଷ୍ଟ ବୋର୍ଡ ର ସଭାପତି ତଥା ଉପଜିଲ୍ଲାପାଳ ଏବଂ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। କରୋନା ର ଭୟାବହତା କୁ ଦୃଷ୍ଟିରେ ରଖି ଯାତ୍ରା ରେ କୌଣସି ଦୋକାନ ବଜାର କୁ ଅନୁମତି ଦିଆଯିବ ନାହିଁ। ସାଧାରଣ ଲୋକଙ୍କ ଦର୍ଶନ ପାଇଁ ସୁଯୋଗ ଦିଆଯିବ କି ନାହିଁ ସେ ବିଷୟରେ ଯାତ୍ରା ପୂର୍ବରୁ ଘୋଷଣା କରାଯିବ।




