ରଘୁନାଥଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଜେ ବି ଏନ, ୦୭/୦୩ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), କେନ୍ଦ୍ରାପଡା – ଡେରାବିଶ ବ୍ଲକ ଯଅଁରା ବାରିମୂଳ ପଞ୍ଚାୟତ ଅର୍ତ୍ତାମୂଳ ଗ୍ରାମ ରଘୁନାଥଜୀଉ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।ଆଜିର ଫାଇନାଲ ମ୍ୟାଚ ପଲାଇ କ୍ରିକେଟ ଟିମ ଏବଂ ଶୁକରପଡା କ୍ରିକେଟ ଟିମ ମଧ୍ୟରେ ହୋଇଥିଲା। ଏଥିରେ ଶୁକରପଡା କ୍ରିକେଟ ଟିମ ବିଜୟୀ ହୋଇଥିଲା।ସେହିପରି ଅନ୍ୟ ଏକ ମ୍ୟାଚ ଗରାମ କ୍ରିକେଟ ଟିମ ଏବଂ ଜିଗିନିପୁର କ୍ରିକେଟ ଟିମ ମଧ୍ୟରେ ହୋଇଥିଲା।ଏହି ମ୍ୟାଚରେ ଜିଗିନିପୁର କ୍ରିକେଟ ଟିମ ବିଜୟୀ ହୋଇଥିଲେ।।ଆଜି ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଧରଣୀଧର ନାୟକ, କଂଗ୍ରେସ ନେତା ରତିକାନ୍ତ କାନୁନଗୋ,ରାଜ୍ୟ ସମିତି ସଭ୍ୟ ସଂଘ ସଭାପତି ଶ୍ରୀଯୁକ୍ତ ରଘୁନାଥ ଶତପଥି, ସୁଖଦାନନ୍ଦ ପ୍ରଧାନ, ସମାଜସେବୀ କୈଳାସ ଚନ୍ଦ୍ର କର, କଂଗ୍ରେସ ନେତା ଗୋଲଖ ଚନ୍ଦ୍ର ସ୍ୱାଇଁ,ଉମେଶ ଚନ୍ଦ୍ର ତ୍ରିପାଠୀ, ରମେଶ ଶତପଥୀ, ଚିତ୍ତ ରଞ୍ଜନ ରାଉତ,ସୁରେନ୍ଦ୍ର ନାଥ ସ୍ଵାଇଁ,ପତିତପାବନ ସ୍ଵାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।




