ଆତ୍ମନିର୍ଭରଶୀଳତାର ଅନନ୍ୟ ଉଦାହରଣ,

ଜେ. ବି. ଏନ୍ (୦୯/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ), ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଠାରେ ଆଜିର ବେକାରୀ ସମସ୍ୟା କୁ ହରେଇ କିଛି ନିଆର କରିବାର ଇଚ୍ଛା ଶକ୍ତି ନେଇ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ 10ଜଣ ଯୁବକ ଙ୍କୁ ରୋଜଗାର କ୍ଷମ କରିବା ରେ ସଫଳ ହୋଇଛନ୍ତି। ସେ ହେଲେ ବଅଁରପାଳ ବ୍ଲକ ଅନ୍ତର୍ଗତ ଶ୍ରୀ ନାରାୟଣ ପଟ୍ଟନାୟକ ଙ୍କ ପୁତ୍ର ବିଶ୍ୱଜିତ୍ ପଟ୍ଟନାୟକ, ( ୨୫) ବର୍ଷ କିଛି ନିଆରା କରିବାର ଆଶା ନେଇ ସେ ପ୍ରତିଷ୍ଠା କରିଛନ୍ତି। WEBSNAKE ନାମକ କମ୍ପାନି ଯାହା ଅନୁଗୁଳ ସହ ସାରା ଓଡ଼ିଶା ରେ ଅନଲାଇନ ସଲ୍ୟୁସନ୍ ଯଥା soial media marketing, web side Design, mobile application, and Business development, certificates କ୍ଷେତ୍ରରେ ନିଜର ଦବ ଦବା ଜାହିର୍ କରିବା ରେ ସଫଳ ହୋଇଛନ୍ତି। ବିଶ୍ୱଜିତ୍ କୁହନ୍ତି ବଡ ବଡ ସହର ଧରି ଅନୁଗୁଳ ମଧ୍ଯ ସମସ୍ତ କ୍ଷେତ୍ରରେ ଆଗେଇବାରେ ସକ୍ଷମ। ତାଙ୍କର ଅନନ୍ୟ ପ୍ରୟାସ ଏହା ପ୍ରମାଣ ମଧ୍ଯ କରିଛି। ଓଡ଼ିଶାର ଭୁବନେଶ୍ବର ଭଲି ଅନୁଗୁଳ ରେ ଅନଲାଇନ ସର୍ଭିସ୍ ପ୍ରଦାନ କରି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି।



