ପୋଲିସର ୦୯ ଦିନର ଅଭିଯାନରେ ୪୦୪ ଜଣ ଶିଶୁ ଯଥା -୩୨୨ ଜଣ ବାଳିକା ଓ ୮୨ ଜଣ ବାଳକଙ୍କୁ ଉଦ୍ଧାର

ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଭୁବନେଶ୍ବର : ଓଡିଶା ପୋଲିସ ପକ୍ଷରୁ ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ତା.୨୮.୦୨.୨୦୨୧ ରିଖରୁ ୦୮.୦୩.୨୦୨୧ରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସ୍ବତନ୍ତ୍ର ଅଭିଯାନରେ ଓଡିଶା ପୋଲିସ ପକ୍ଷରୁ ୪୦୪ ଜଣ ଶିଶୁ ଯଥା -୩୨୨ ଜଣ ବାଳିକା ଓ ୮୨ ଜଣ ବାଳକଙ୍କୁ ଉଦ୍ଧାର କରାଯାଇଅଛି । ଉପରୋକ୍ତ ଶିଶୁମାନଙ୍କ ମଧ୍ୟରୁ ୩୩୮ ଜଣ ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଥିବା ମୋକଦ୍ଦମା ସମ୍ବନ୍ଧୀୟ ଉଦ୍ଧାର କରାଯାଇ ସେମାନଙ୍କର ଅଭିଭାବକମାନଙ୍କୁ ହସ୍ତାନ୍ତର କରାଯାଇଅଛି । ଏହି ସ୍ବତନ୍ତ୍ର ଅଭିଯାନକୁ କିଛି ଆରକ୍ଷୀ ଅଧୀକ୍ଷକ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟକାରୀ କରିଅଛନ୍ତି । କେନ୍ଦ୍ରାପଡାରେ ସର୍ବାଧିକ ୪୪ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଯଥାକ୍ରମେ ୪୧ ଓ ୩୮ଜଣ ଶିଶଙ୍କୁ ଉଦ୍ଧାର କରାଯାଇଅଛି । ଏ ନେଇ ରାଜ୍ୟ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି l



