ସୋନପୁର ଜିଲ୍ଳା ର ଜିଲ୍ଲା ଲେବର ଅଫିସକୁ ନାମ ପଞ୍ଜିକରଣ ପାଇଁ ଆସି ହଇରାଣ ହରକତ

ଜେ ବି ଏନ, ୧୦/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ସୋନପୁର : ସୋନପୁର ଜିଲ୍ଳା ର ଜିଲ୍ଲା ଲେବର ଅଫିସକୁ ନାମ ପଞ୍ଜିକରଣ ପାଇଁ ଆସୁଥିବା ଲୋକ ମାନେ ନାହିଁନଥିବା ହଇରାଣ ହରକତ ହେଉଥିବା ସହିତ ଦଲାଳ ଓ ଲେବର ଅଫିସର ମାଲେ ମାଲ ହେଉଥିବାର ଖବର ବିଶ୍ଵସ୍ତ ସୂତ୍ରରୁ ମିଳିଛି l ମିଳିଥିବା ଖବର ଅନୁସାରେ ଲେବର ଅଫିସର ଓ ଦଲାଲ ଦୁହେଁ ମିଶି ମଧୁ ଚାନ୍ଦ୍ରିକା ଚଲାଉଅଛନ୍ତି l ଏଣୁ ସାଧାରଣ ଜନତାଙ୍କ ଠାରୁ ପଇସା ନେଉଥିବାରୁ ସେମାନେ ଶୋଷଣ ରେ ଶୀକାର ହେବାର ଦେଖିବାକୁ ମିଳୁଛି l ଏଣୁ ଅଫିସରଙ୍କ ଏହି କାର୍ଯ୍ୟ କଲା ପକୁ ନେଇ ଅନେକ ବୁଦ୍ଧି ଜୀବି ମହଳରେ ଅସନ୍ତୋଷ ପରିଲକ୍ଷିତ ହେଉଥିବାର ଦେଖି ବାକୁ ମିଳିଛି l ଆଗରୁ ମଧ୍ୟ ଶ୍ରମିକ ମାନଙ୍କୁ ହଇରାଣ ହରକତ କରୁ ଥିବାରୁ ବିଭିନ୍ନ ପ୍ରକାର ଅଭିଯୋଗ ତାଙ୍କ ନାମରେ ଆସିଥିଲା ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଏ ଉପରେ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ମାନଙ୍କ ଦାବୀ ହେଉଛି l



