ସାତକୋଶିଆ ରେ ଜଙ୍ଗଲୀ ଶାସନ
ବନ୍ଧୁକ ସହ ଶିକାରୀ ଗିରଫ

ଅନୁଗୁଳ ତା୨୨/୦୯/୨୬ ରିଖ ରେ ସାତକୋଶିଆ ର ଲଖନପୁର ଫାଟକ ରେ ଗତ ତା୨୧/୦୯ ରିଖ ଅପରାହ୍ନରେ ଜଣେ ଶିକାରୀ କୁ ବନ କର୍ମଚାରୀ ଅଟକ ରଖି ତା ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣା ସମଗ୍ର ବନଖଣ୍ଡ ରେ ବନ ବିଭାଗର ଅରାଜକତା ପରିସ୍ଥିତି ପ୍ରମାଣିତ କରୁଛି। କିଛି ଦିନ ଆଗରୁ ଅନ୍ୟ ଜଣେ ଶିକାରୀ କୁ ସାତକୋଶିଆ ବନ ବିଭାଗ ଗିରଫ କରିଥିଲା। ଏବେ ଗିରଫ ବ୍ୟକ୍ତି ର ଘର ଖାନତଲାସ ସମୟରେ ତା ଘରୁ ହରିଣ ଶିଙ୍ଗ କୁ ବନ ବିଭାଗ ଜବତ କରିଥିବା ବନଖଣ୍ଡ ଅଧିକାରୀ ଶ୍ରୀ ଗଦାଧର ପାତ୍ର ସୁଚନା ଦେଇଛନ୍ତି।ଗିରଫ ଶିକାରୀ ର ସହଯୋଗୀ ଏବଂ ସହଯୋଗୀ ନିକଟରେ ଥିବା ବନ୍ଧୁକ ସମ୍ପର୍କରେ ବନ ବିଭାଗ ଛାନ ଭିନ କରୁଥିବା ପ୍ରକାଶ । ସମ୍ପ୍ରତି ପୁରୁଣକୋଟ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟ ଶୈଳୀକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଧିକ ସମୟ ନିଜ ଅନୁଗୁଳ ନିକଟସ୍ଥ ଘରେ କରାଉଥିବା ଅଧିକାରୀ ଜଣକ ତଳିଆ କର୍ମଚାରୀଙ୍କୁ ବିଭିନ୍ନ ସମୟରେ ତାଗିଦ୍ କରୁଥିବା ଅଭିଯୋଗ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି। ମୋବାଇଲ ରେ ପାଟ୍ରୋଲିଙ୍ଗ ଫଟୋ ଛାଡି ଦେଇ ବାବୁ ଅନୁଗୁଳ ରେ ରାତ୍ରୀ ଯାପନ କରୁଥିବା ଅଭିଯୋଗ ଶୁଣିବାକୁ ମିଳେ । ପ୍ରକାଶ ଯୋଗ୍ୟ କି ଉକ୍ତ ଅଧିକାରୀ ଏଠାରେ ଵନପାଳ ଥିବା ସମୟରେ ଵଡଖେତା ରେ ଏକ ଦନ୍ତା ହାତୀ ର ମୃତ୍ୟୁ ଘଟଣା ରେ ସସପେଣ୍ଡ ହୋଇଥିଲେ ଏହା ପରେ ହିନ୍ଦୋଳ ଵନାଞ୍ଚଳ ରେ ମଧ୍ୟ ସସପେଣ୍ଡ ଘଟଣା ର ସତ୍ୟତା ଏବଂ ଵଣେଇଗଡରେ ତାଙ୍କ ନାଁ ରେ ଅଭିଯୋଗ ଥିବା ଶୁଣାଯାଏ। ଏପରି ଜଣେ ଅଧିକାରୀ ଙ୍କ ପାଇଁ ବନ ବିଭାଗ ଏବେ ଚିନ୍ତାରେ ଥିବା ଆଲୋଚନା ହେଉଛି। ସମ୍ପ୍ରତି ଗିରଫ ଶିକାରୀ କୁ ୨୧/୦୯ ଦିନରେ ଅଟକ ରଖାଯାଇଥିବା ସତ୍ବେ ତାକୁ ବନ୍ଧୁକ ରଖିବା ଆଇନରେ ସ୍ଥାନୀୟ ପୁରୁଣା କୋଟ ପୋଲିସ ରେ ବାଇଶି ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଜୀମା ଦିଆ ଯାଇ ନଥଵା ଅଭିଯୋଗ ହେଉଛି। ଚବିଶ ଘଣ୍ଟା ରୁ ଅଧିକ ସମୟ ଅଟକ ରଖାଯାଇଥିବା ଘଟଣା ର ମଧ୍ୟ ତଦନ୍ତ ଦାବି ସମ୍ପର୍କରେ ସାଧାରଣ ଜନତା କହିବାକୁ ଆରମ୍ଭ କଲେଣି ।



