ପ୍ଲାଣ୍ଟରୁ ଚୋରି ଉଦ୍ୟମ କରିବା ଅଭିଯୋଗରେ ପୁଲିସ ପକ୍ଷରୁ ଦୁଇଜଣ ଯୁବକଙ୍କୁ ଗିରଫ

ଜେ ବି ଏନ, ରିପୋର୍ଟ, ମଦନ ସାହୁ, ୧୮/୦୩/୨୦୨୧, ଅନୁଗୋଳ/
ନାଲକୋ : ଅନୁଗୋଳ ନାଲକୋନଗର ସ୍ମେଲଟର୍ ପ୍ଲାଣ୍ଟରୁ ଚୋରି ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସ୍ମେଲଟର୍ ପ୍ଲାଣ୍ଟ ଲାଗି ରହିଥିଲା ବାଙ୍କି ହଟିଂର ଗେଡ଼ା ମାଝି ( ୨୫ ) ଓ ସୁଦାମ ମାଝି ( ୨୩ ) ପୁଲିସ ସୂଚନା ଅନୁଯାୟୀ , ଗେଡ଼ା ଓ ସୁଦାମ ଗତକାଲି ବିଳମ୍ବିତ ରାତିରେ ପାଚେରି ଡେଇଁ ତମ୍ବା ତାର ଚୋରି କରିବାକୁ ଉଦ୍ୟମ କରିଥିଲେ । ନାଲକୋ ସିଆଇଏସ୍ଏଫ୍ ୱେବ୍ ଟାୱାରରୁ ଏହା ଜାଣିପାରି ପିଛାକରି କାଷ୍ଟ ହାଉସ୍ ଅଞ୍ଚଳରୁ ତାଙ୍କୁ କାବୁ କରିଥିଲେ ।ପ୍ୟାଣ୍ଟ ରେ ପଶିବା ପାଇଁ ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିଲେ। ସିଆଇଏସ୍ଏଫ୍ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ମାମଲା ରୁଜୁ କରିବା ସହ ଦୁଇ ଉଭୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
