ନାଲକୋର ଉତ୍କଳ – ଡି କୋଇଲା ବ୍ଲକର ଖଣିପଟ୍ଟା ସମ୍ପାଦନ

ଜେ ବି ଏନ, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ ତା୨୫/୦୩ /୨୦୨୧, : – ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ଼୍ୟାଳୟ ପ୍ରକୋଷ୍ଠରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ନାଲକୋର କାର୍ଯ଼୍ୟନିର୍ବାହି ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କ୍ରୀଷ୍ଣା ପଟେଲ୍ ଙ୍କ ମଧ୍ୟରେ ନାଲକୋ କୁ ଅନୁମୋଦିତ ହୋଇଥିବା 301.280 ହେକ୍ଟର ପରିମିତ ଉତ୍କଳ –ଡି କୋଲ୍ ବ୍ଲକ୍ ର ଖଣିପଟ୍ଟା 30 ବର୍ଷ ଅବଧି ପାଇଁ ସମ୍ପାଦିତ ହୋଇଅଛି ା ଏହି କୋଇଲା ଖଣିଟି ଛେଣ୍ଡିପଦା ତହସିଲ ଅନ୍ତର୍ଗତ କୋଶଳା, ସିମିଳିସାହି, ନନ୍ଦିଛୋଡ ଓ ରାଇଝରଣ ଗ୍ରାମରେ ପରିବ୍ୟାପ୍ତ ା ଏହି କୋଇଲା ଖଣିରୁ ବାର୍ଷିକ 2 ନିୟୁତ ଟନ୍ କୋଇଲା ଉତ୍ପାଦନ ନିମନ୍ତେ ଲକ୍ଷ ଧାର୍ଯ଼୍ୟ କରାଯ଼ାଇଅଛି ା ଏହି କୋଇଲା ଖଣିରୁ ଉତ୍ପାଦିତ ସମସ୍ତ କୋଇଲା ଅନୁଗୋଳ ନାଲକୋର ନିଜସ୍ୱ ତାପଜ ବିଦ୍ୟୁତ କେନ୍ଦ୍ରରେ ବ୍ୟବହୃତ ହେବ ବୋଲି ଖଣିପଟ୍ଟା ଦସ୍ତାବିଜରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଅଛି ା ଏହି ଖଣିପଟ୍ଟା ସମ୍ପାଦନ ସମୟରେ ନାଲକୋର ମହାପ୍ରବନ୍ଧକ ଶ୍ରୀ କାଳୀକିଂକର ପଣ୍ଡା, ତାଳଚେର ଖଣି ମଣ୍ଡଳର ଖଣି ଉପନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ରାଉତଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)
