୨୬୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପଦକ

ଜେ ବି ଏନ, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର ୨।୪: ୨୦୨୦-୨୧ ବର୍ଷ ପାଇଁ ୨୬୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିଛି ଆରକ୍ଷୀ ମହାନିର୍ଦ୍ଦେଶକ ପଦକ । ଏଥି ମଧ୍ୟରୁ ଗତବର୍ଷର ୧୦୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶୁକ୍ରବାର ପୋଲିସ ଭବନରେ ଆୟୋଜିତ ମହାନିର୍ଦ୍ଦେଶକ ପଦକ ପ୍ରଦାନ ଉତ୍ସବରେ ପୋଲିସ ଡିଜି ଅଭୟ ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ତେବେ କରୋନାରେ ସହିଦ ହୋଇଥିବା ୧୭ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ପ୍ରଶଂସା ପତ୍ର ଦିଆଯାଇଛି । ସହିଦ ପୋଲିସ ଅଧିକାରୀଙ୍କ ପରିବାର ବର୍ଗ ଏହି ପତ୍ର ଗ୍ରହଣ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


