ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ 
ଜେ. ବି. ଏନ୍ (୦୯/୦୪ /୨୦୨୧), ରିପୋର୍ଟ, ସୁଶୀଲ କୁମାର ଆଇଚ, ଅନୁଗୋଳ : ଦୀର୍ଘ ୪ ମାସରୁ ଉର୍ଦ୍ଧ ସମୟ ଧରି ଖାଲିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀରେ ଆଜି ଶ୍ରୀ ଦୁଃଖବନ୍ଧୁ ମାଝି ଯୋଗଦାନ କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ଗୁରୁଦାୟିତ୍ଵକୁ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ପୂର୍ବରୁ ସେ ୫ବର୍ଷରୁ ଉର୍ଦ୍ଧ ପାଳଲହଡା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ସୂଚାରୁରୂପେ ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ ଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଭିନ୍ନ ସୂଚନା ପାଇଁ ଶ୍ରୀ ମାଝିଙ୍କ ମୋବାଇଲ ନମ୍ବର ୯୯୩୭୨୩୫୯୯୫ ରେ ଯୋଗାଯୋଗ କରାଯାଇପାରିବ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)