ବୁରୁଝୁରୀରୁ ଅହିରାଜ ଉଦ୍ଧାର

ଜେ ବି ଏନ, ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୧୦.୦୪.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝୁରୀ ଗ୍ରାମରୁ ଆଉ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି । ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ମିଳିତ ଉଦ୍ୟମରେ ଏହି ଅହିରାଜକୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଉଦ୍ଧାର କରାଯାଇଛି । ଗ୍ରାମର ଜୟରାମ ମୁଦୁଲିଙ୍କ ହାଣ୍ଡି ତିଆରି ହେଉଥିବା ଶାଳରେ ସାପଟିକୁ ତାଙ୍କ ସ୍ତ୍ରୀ ଦେଖିଥିଲେ । ପ୍ରଥମେ ବନ ବିଭାଗ କର୍ମଚାରୀ ପହଁଚି ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ସ୍ନେକ ହେଲ୍ପ ଲାଇନ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ଅହିରାଜଟିର ଲମ୍ବ ପ୍ରାୟ ୧୦ଫୁଟ ହେବ । ବାରମ୍ବାର ସାପ ଗ୍ରାମରେ ପଶୁଥିବା ବେଳେ ଲୋକେ ଭୟଭୀତ ଅଛନ୍ତି ।ପୂର୍ବରୁ ମଧ୍ଯ ଏହି ପଞ୍ଚାୟତ ରୁ ୨ ଗୋଟି ଅହିରାଜ ଉଦ୍ଧାର ହୋଇଥିଲା ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)