
ପ୍ରଶାସନ ପକ୍ଷରୁ ବଅଁରପାଳ ଅଞ୍ଚଳରେ ମାସ୍କ ଓ ହେଲମେଟ କଡାକଡି ଯାଞ୍ଚ
ଜେ ବି ଏନ ୧୦/୦୪/୨୦୨୧ ରିପୋର୍ଟ (ସୁବ୍ରତ ସାମଲ) ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସନ୍ତ୍ରୀ ଛକ ଠାରେ ବଅଁରପାଳ ପୋଲିସ ଓ ବଅଁରପାଳ ତହସିଲଦାର ପକ୍ଷ୍ୟରୁ ଜୋର୍ ଜାର ମାସ୍କ ଓ ହେଲମେଟ ଯାଂଚ କରାଯାଉଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା । ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା କାୟା ବଢିବାରେ ଲାଗିଛି। ଅନୁଗୋଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମାସ୍କ ଓ ହେଲମେଟ ଯାଂଚ କରାଯାଉଛି। ଆଜି ସନ୍ତ୍ରୀ ଛକ ଠାରେ ବଅଁରପାଳ ଥାନା ଅଧିକାରୀ ଶ୍ରୀମାନ୍ ସୁନୀଲ କୁମାର କର ଏବଂ ବଅଁରପାଳ ତହସିଲଦାର ଶ୍ରୀମାନ୍ ଜିତେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ଵରେ ଆଜି ଯାଞ୍ଚ କରାଯାଉଥିବା ବେଳେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
