୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ୍ ସଂଗ୍ରହ କଲେ କେକେଆର

ଜେ ବି ଏନ, ୧୧/୦୪/୨୦୨୧, ଚେନ୍ନାଇ :୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ୍ ସଂଗ୍ରହ କଲେ କେକେଆର l ନୀତିଶ ରାଣା ଓ ରାହୁଲ ତ୍ରିପାଠିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍ ଆଗରେ ୧୮୮ ରନ୍ର ବିଶାଳ ଟାର୍ଗେଟ ଛିଡ଼ା କରିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ରାଣା (୮୦ ରନ୍, ୫୬ ବଲ, ୯ ଚୌକା ଓ ୪ ଛକା) ଓ ରାହୁଲ (୫୩ ରନ୍, ୨୯ ବଲ, ୫ ଚୌକା ଓ ୨ ଛକା) ଖେଳିଥିଲେ ବିସ୍ପୋରକ ଅର୍ଦ୍ଧଶତକୀୟ ପାଳି। ଦୁହେଁ ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୯୩ ରନ୍। ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ହାଇଦ୍ରାବାଦ ମ୍ୟାଚ୍କୁ ଫେରିଥିଲା। କିନ୍ତୁ ଦୀନେଶ କାର୍ତ୍ତିକ ଶେଷ ଓଭରରେ ୧୬ ରନ୍ କରିଥିଲେ। ଫଳରେ କେକେଆର ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ସନରାଇଜର୍ସ ପାଇଁ ରଶିଦ ଖାଁ ଓ ମହମ୍ମଦ ନବି ଦୁଇ ଲେଖାଏ ଉଇକେଟ ହାତେଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
