ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି : ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ

ଜେ ବି ଏନ, ୧୮/୧୨/୨୦୨୦, ଭୁବନେଶ୍ବର : ଭୁବନେଶ୍ବର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଲୋକସମ୍ପର୍କ ଓ ସୂଚନା ଭବନଠାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୦ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଉପସ୍ଥିତ ବକ୍ତାମାନେ ତାଙ୍କର ମହତ୍ତ୍ୱାକାଂକ୍ଷା ଓ ବଳିଦାନ ସମ୍ପର୍କରେ ଆଲୋଚନା କରିବା ଅବସରରେ କହିଥିଲେ ଯେ – ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ରାଜ୍ୟର ପ୍ରଗତିକୁ ନୂଆ ଦିଗ ଦେବା ସହ ଓଡ଼ିଆ ଭାଷା , ସାହିତ୍ୟ , ସ୍ବାସ୍ଥ୍ୟ , ପ୍ରଶାସନିକ ସେବା ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ଚିରସ୍ମରଣୀୟ । ଏଥିରେ ବହୁ ଉଚ୍ଚ ସ୍ତରୀୟ ଅଧିକାରୀ ଓ ସଚିବ ଯୋଗଦେଇଥିଲେ l




