ସ୍ବାମୀ ବିବେକାନନ୍ଦ ଜୟନ୍ତୀ/ଜାତୀୟ ଯୁବ ଦିବସ ପାଳିତ।

ଅଦ୍ଯ ତା ୧୨.୦୧.୨୦୨୩ରିଖ ଗୁରୁବାର ରେ ଢେଙ୍କାନାଳ ଜିଲ୍ଲାର ପୈ।ରାଞ୍ଚଳରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ସ୍ବାମୀ ବିବେକାନନ୍ଦ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ସଭାପତିତ୍ବ କରି ସ୍ବାମୀ ବିବେକାନନ୍ଦ ଙ୍କ ଆଦର୍ଶ ଆଧ୍ୟାତ୍ମିକ ଭାବଧାରା ଉପରେ ଆଲୋଚନା କରି ମାନବ ସେବା ହିଁ ମାଧବ ସେବା କୁ ଗୁରୁତ୍ବ ଦେବା ପାଇଁ ପିଲାମାନଙ୍କୁ ଆହ୍ବାନ ଦେଇଥିଲେ।ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ଆଲୋଚନା କରି ତାଙ୍କ ର ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ତାଙ୍କର ଜୀବନ ଉପରେ ବକ୍ତୃତା ଦେଇଥିଲେ। ଶେଷରେ ଶିକ୍ଷକ ଶ୍ରୀ ରସାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।




