ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ – ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ନବ ଦାସଙ୍କ ପୁଅକୁ ଡାକ୍ତରଖାନାରେ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ରବିବାର ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ଜଣେ ପୋଲିସ୍ ଗୁଳି ଚଳାଇଥିବା ବେଳେ ସେ ମେଡିକାଲ୍ ରେ ଭର୍ତି ହୋଇଛନ୍ତି। ଏ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅକୁ ସାନ୍ତ୍ୱନା ଦେଉଥିବାର ଦେଖାଯାଇଛି। ଶ୍ରୀ ଦାଶ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଆକ୍ରମଣ କରିଥିବା ପୋଲିସ୍ ଆସିଷ୍ଟାଣ୍ଟ ସବ୍ – ଇନ୍ସପେକ୍ଟର ଗୋପାଳ ଦାସ ବୋଲି ଜଣାପଡିଛି। ଏ ନେଇ ଏ ଏସ ଆଇ ଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କର ଟିକେ ମୁଣ୍ଡ ଦୋଷ ଥିଲା।




