ରାଷ୍ଟ୍ରୀୟ ପକ୍ଷୀ *ମୟୂର ପ୍ରେମୀ କୁ ସମ୍ମାନିତ କଲେ ଓଡ଼ିଶା ରାଜ୍ୟ ର ସୁଖ ଦୁଃଖ ର ସାଥି*
ଜାତୀୟ ପକ୍ଷୀ ମୟୂର କୁ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ତାର ରୂପ ଏମିତି ସୁନ୍ଦର ଯାହା ସମସ୍ତଙ୍କ ମନ ମୁଗ୍ଧ କରି ଥାଏ। ଯାହା ଦେଖିବାକୁ ମିଳିଥିଲା ଆମ କଟକ ଜିଲ୍ଲା ଅଧିନ *ନରାଜ ଅଞ୍ଚଳ* ରେ।
କାହ୍ନ୍ନ ଚରଣ ବେହେରା ନାମକ ଏକ ଯୁବକ ଯେମିତି ଏହି ଜାତୀୟ ପକ୍ଷୀ ମୟୂର ମାନକ ର ବାପା ମା।
ମୟୂର ମାନେ ବି କାହ୍ନ୍ନ ବେହେରା ର କଥା ମାନି ଯେମିତି ନିଜ *ବାପା ମା* ଡାକୁଛନ୍ତି ଛୁଟି ଆସନ୍ତି କାହୁଁ ଙ୍କ ପାଖକୁ ଖାଦ୍ୟ ଖାଇବାକୁ। ଆଜି ଏହା *ଗଣ ମାଧ୍ୟମ* ରୁ ଜାଣି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଗଣ ମୟୂରଙ୍କ ପାଇଁ ଧାନ,ଖୁଦ,ବିରି,ମୁଗ,ଗହମ ଇତ୍ୟାଦି ନେଇ ପହଞ୍ଚି ଥିଲେ *ନରାଜ ରେ* ଥିବା ସେହିସ୍ଥାନ ରେ । ଆଉ ଏହି ମୟୂର ମାନଙ୍କୁ ଖାଇବାକୁ ଦେବା ସହ *କାହ୍ନ୍ନ ଚରଣ* ଙ୍କୁ ମୟୂର ବନ୍ଧୁ ସମ୍ମାନ ରେ *ସମ୍ମାନିତ* କରି ଥିଲେ। ଉକ୍ତ କାର୍ଯ ରେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ସହ କେଦାର ସ୍ବାଇଁ,ରଶ୍ମି ବାରିକ,ଆକାଶ ଦାସ,ଉତ୍କଳ କେଶରୀ ପହଡ ସିଂ, ମକର ବେହେରା, ଗୌତମ ସାହୁ ଓ ସତ୍ୟଜିତସେନାପତି ପ୍ରମୁଖ ଯୋଗ ଦେଇଥିଲେ
*ଭ୍ରମର ବର ବେହେରା ଙ୍କ ରିପୋର୍ଟ*
ଜାଗ୍ରତ ଭାରତ ନ୍ୟୁଜ୍




