ଦୀର୍ଘ ସମୟ ଧରି ଗାଡି ଚଳାଚଳ ଠପ ଯାତ୍ରୀ ହନ୍ତସନ୍ତ
୫୫ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଦେଇ ଢେଙ୍କାନାଳ କୁ ଯାଇଥିବା ରାସ୍ତା ରେ ଏକ ଟ୍ରକର ଯାନ୍ତ୍ରିକ ତ୍ରୁଟି ଘଟିବାରୁ ରାସ୍ତାରେ ଅଟକି ଯିବାରୁ ଆଜି ଦୀର୍ଘ ସମୟ ଧରି ଗାଡି ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଥିଲା । ଏହି ରାସ୍ତା ର ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁଥିବା ବେଳେ ଗତ କିଛି ଦିନ ହେବ ରାସ୍ତା କାର୍ଯ୍ୟ ବନ୍ଦ ହୋଇଯିବାରୁ ରାସ୍ତା ରେ ବହୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ଅଧିକ ଦୁର୍ଘଟଣା ଘଟୁଛି l ଯାହା ଫଳରେ କି ସାଧାରଣ ଜନତା ଓ ରାସ୍ତା ରେ ଚଳାଚଳ କରୁଥିବା ବିଭିନ୍ନ ଗାଡି ଗୁଡିକ ଯାତାୟାତ ରେ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l ଏହି ସମ୍ବନ୍ଧରେ ବିଭାଗୀୟ କର୍ତ୍ତୃପକ୍ଷ ସମ୍ପୂର୍ଣ ଭାବେ ନିରବ ରହିଥିବା ବେଳେ ସାଧାରଣ ଜନତା ଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢିବା ସହିତ ଜନ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଜଣା ପଡିଛି l ଏହାର ଏକ ସ୍ଥାୟୀ ସମାଧାନ ହେବା ସହ ରାସ୍ତା କାର୍ଯ୍ୟକୁ ତୁରନ୍ତ ଶେଷ କରାଯିବାର ଆବଶ୍ୟକତା ରହିଛି l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

