ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ଓ ସାନ୍ତରାପୁର ‘ଖ’ ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ର ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।
ଫୁଲପଡା ସରପଞ୍ଚ ଶ୍ରୀମତୀ ସୁଦେଷ୍ଣା ଗଡନାୟକ ଓ ସାନ୍ତରାପୁର ‘ଖ’ ସରପଞ୍ଚ ଶ୍ରୀଯୁକ୍ତ ନିର୍ମଳ କୁମାର ସାହୁଙ୍କ ନେତୃତ୍ବରେ ଶତାଧିକ ମହିଳା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ମୋଦୀ ସରକାରଙ୍କ ଗରୀବ ମାରଣ ନୀତି ବିରୁଦ୍ଧରେ ଉପସ୍ଥିତ ବିଜେଡି ନେତା ବର୍ଷିଥିଲେ। ଶେଷରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ ବିଜେଡ଼ି କାର୍ଯ୍ୟକର୍ତ୍ତା।




