( ଜକୋଟି ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ଉଛବ ଅନୁଷ୍ଠିତ )
ଜଗତସିଂହପୁର



ତା =25/2/23
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ଜକୋଟି ଉଚ୍ଚ ବିଦ୍ୟାଳୟ 75ବର୍ଷ ରେ ପଦାର୍ପଣ କରିଛି |ଏହି ଉପଲକ୍ଷେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଜକୋଟି ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇଯାଇଛି | ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫୁଲ୍ଲ କୁମାର ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ହୀରକ ଜୟନ୍ତୀ ସମାରୋହ କୁ ପ୍ରଦୀପ ପ୍ରଯ୍ୟଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା |ପଟସରା ସରପଞ୍ଚ ପ୍ରମୁଖ କୁମାର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅର୍ପଣ କରିଥିଲେ |ମୁଖ୍ୟ ବକ୍ତା ଭାବେ ରାଜ୍ୟ ସରକାର ଙ୍କ ମୁଖ୍ୟ ସଚେତକ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି |ସଂମ୍ମାନିତ ଅତିଥିଭାବେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ |ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ | ଜଗତସିଂହପୁର ପଞ୍ଚାୟତ ସମିତି ଅଧକ୍ଷା କନକ ପ୍ରଭା ଲେଙ୍କା | ଉପାଧ୍ୟାକ୍ଷ ରତି ରଞ୍ଜନ ବେହେରା | ସରପଞ୍ଚ ମମତା ତାରିଣୀଆଁ | ପ୍ରମୁଖ ଯୋଗଦେଇଥିଲେ | ଏହି ଅବସରରେ ପୁରାତନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ |ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ହଜାର ହଜାର ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




