[ ନିମପୁର ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ପଡିଛି ତାଲା |କର୍ମଚାରୀ ଏବଂ ଅଧିକାରୀ ଗଲେ କୁଆଡେ ]
ଜଗତସିଂହପୁର
ତା 2/3/23
ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲ ପଡ଼ିଥିବା ପଦବୀ ପୂରଣ କରିବା ନିମନ୍ତେ ବେକାରୀ ଯୁବକ ଯୁବତୀମାନ ଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛନ୍ତି |ସେଥିନିମନ୍ତେ ବେକାରୀ ଯୁବକ ଯୁବତୀ ଏବଂ ଜନସାଧାରଣ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଅଭିଭାବକ ମାନଙ୍କ ବାର୍ଷିକ ରୋଜଗାର ପ୍ରମାଣ ପତ୍ର, ଜମି ବାଡ଼ି ବିବାଦର ସମାଧାନ ନିମନ୍ତେ ନିମପୁର ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ | ହେଲେ ଏହି କାର୍ଯ୍ୟାଳୟ ରେ ପୂର୍ବାହ୍ନ ଦଶଟା ରୁ ମଧ୍ୟାହ୍ନ ଏକ ଟା ପର୍ଯ୍ୟନ୍ତ ପ୍ରବେଶ ଦ୍ଵାରା ରେ ତାଲା ଝୁଲୁଥିବା ର ଦେଖି ଅନେକ ସମୟ ଅପେକ୍ଷା କରି ଶେଷରେ ନିରାଶରେ ଘରକୁ ଫେରିଥିଲେ | ତେବେ ପ୍ରଶ୍ନ ଉଠୁଛି ନିମପୁର ରାଜସ୍ବ ନିରୀକ୍ଷକ ଏବଂ କର୍ମଚାରୀ ଦିନ ତମାମ ଅଫିସ କାର୍ଯ୍ୟାଳୟ ବନ୍ଦ କରି ଯାଇଥିଲେ କେଉଁ ଆଡ଼େ |ରାଜସ୍ବ ନିରୀକ୍ଷକ ଙ୍କ ଏଭଳି ଦାଇତ୍ୱ ହିନ କାର୍ଯ୍ୟ ପାଇଁ ଜନସାଧାରଣ ନାହିନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି |ଏହା କଣ ଶାସକ ଦଳର ସ୍ୱଚ୍ଛ ନିର୍ମଳ ଶାସନ ର ନମୁନା ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




