ମାର୍ଚ୍ଚ ୧୫ ତାରିଖ ୨୦୨୩ ଦିନ ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ରାଜ୍ୟ ବ୍ୟାପି ଡ୍ରାଇଭର ଧର୍ମଘଟ ଏବଂ ଅଖଚକ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲା ସଂଘ


ଆଜି ଦାବି ପୁରଣ ନ ହେବାରୁ ଅଲ୍ ଓଡିଶା ପରିବହନ ଚାଳକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ସୂଚନା ଦିଆଯାଇଛି। ଏଥିରେ ସଂଘ ପକ୍ଷରୁ ଲେଖା ଯାଇଛି ଯେ – ଆମ୍ଭେ ଅଲ୍ ଓଡ଼ିଶା ପରିବହନ ଚାଳକ ସଂଘ ଏବଂ ଡ୍ରାଇଭର ଏକତା ମହାମଞ୍ଚ ତରପରୁ ଆପଣଙ୍କୁ ଅବଗତ ନିମନ୍ତେ ଜଣାଉଅଛୁକି , ରାଜ୍ୟର ଡ୍ରାଇଭର ମାନଙ୍କ ସୁରକ୍ଷା , ସମ୍ମାନ ଓ ଅଧିକାର ପାଇଁ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖ , ୨୦୨୩ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ବ୍ୟାପି ଡ୍ରାଇଭର ଧର୍ମଘଟ ଏବଂ ଅଖଚକ ବନ୍ଦର ଡାକରା ଦେଇଅଛୁ । କାରଣ ; ଆମେ ବିଭିନ୍ନ ଡ୍ରାଇଭର ସଙ୍ଗଠନ ତରଫରୁ ବିଭିନ୍ନ ସମୟରେ ଏବଂ ବିଭିନ୍ନ ଉପାୟରେ ଡ୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ସରକାରଙ୍କୁ ଅବଗତ କରାଯାଇଅଛି । କିନ୍ତୁ , ସରକାର ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଏବଂ ଭିନ୍ନ ଭିନ୍ନ ଆଳ ଦେଖାଇ ଆମ୍ଭର ଦାବିକୁ ପୁରଣ କରିବା ପରିବର୍ତ୍ତେ ଦିନ ଗଡାଇ ଚାଲିଛନ୍ତି ତେଣୁ ଆମ୍ଭେମାନେ ବାଧ୍ୟ ହୋଇ ଉକ୍ତ ଶେଷ ପନ୍ଥା ଅବଲମ୍ବନ କରୁଛୁ । ଏଣୁ ଆପଣଙ୍କ ଠାରୁ ଆମ୍ଭେମାନେ ଆଶା ଓ ବିଶ୍ବାସ କରୁଅଛୁ କି ଆପଣ ସହଯୋଗ କରିବା ସହିତ ସାହାଯ୍ୟ କରିବେ । ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-21.jpg)


