ଚୌଦ୍ଵାର ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଥାନାରେ ଏତଲା 


ଗତ କିଛି ଦିନ ତଳେ ଓଡିଶା ର ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ମାମଲା ରେ ୨୮ ଫେବୃଆରୀ ମଙ୍ଗଳବାର ଦିନ ବିଜେପି ଯୁବ ମୋର୍ଚ୍ଚା, ଓଡିଶା ପ୍ରଦେଶ ତରଫରୁ ରାଜ୍ୟ ର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବିରୁଦ୍ଧରେ ଏକ ଶୋଭା ଯାତ୍ରା ମାଷ୍ଟରକ୍ୟାଣ୍ଟିନ ରୁ ବାହାରି ପିମଜି ଛକ ପର୍ଯ୍ୟନ୍ତ ଗଲା ବେଳେ ପୋଲିସ ବିଜେପି ଯୁବ ମୋର୍ଚ୍ଚା ର କର୍ମୀମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା l
ଘଟଣା ସ୍ଥଳ ରେ ପୋଲିସ ସାଧା ପୋଷାକ ପିନ୍ଧିଥିବା ସହିତ ଶାସକ ଦଳ ର କିଛି ଗୁଣ୍ଡା କର୍ମୀ ବିଜେପି ଯୁବ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଙ୍କୁ ଅସଦାଚରଣ କରିବା ସହିତ ଅଶ୍ଳୀଳ ଭାବେ ଗାଳିଗୁଲଜ କରିଥିବାବେଳେ ପୋଲିସ ଡିଜି, କମିଶନର ଓ ଭୁବନେଶ୍ୱର ଡିସିପି ଘଟଣା ର ସଠିକ ତଦନ୍ତ ନକରି କିପରି ଭାବେ ସାଧାରଣ କର୍ମକର୍ତ୍ତା ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେଲା ତାହା ଏବେ ଜନସାଧାରଣ ଙ୍କ ମନ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l
ପୋଲିସ ର ଏହି ଆକ୍ରମଣ ବିରୋଧରେ ଆଜି ଚୌଦ୍ୱାର ମଣ୍ଡଳ ବିଜେପି ମୋର୍ଚ୍ଚା ପକ୍ଷ ରୁ ଏକ ବିରାଟ ରାଲି କଳିଙ୍ଗ ଛକ ରୁ ବାହାରି ଚୌଦ୍ୱାର ଥାନା ରେ ପହଂଚିବା ସହିତ ଚୌଦ୍ୱାର ଥାନାର ଥାନା ଅଧିକାରୀ ଙ୍କୁ ଗିରଫ ହୋଇଥିବା ବିଜେବି ଯୁବକର୍ମୀଙ୍କୁ ଝାରପଡା ଜେଲ ରୁ ଖଲାସ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ଏହି ବିଜେପି ରାଲି ରେ ଚୌଦ୍ୱାର ମଣ୍ଡଳ ବିଜେପି ସଭାପତି କୈଳାସ ଚନ୍ଦ୍ର ବେହେରା, ଯୁବମୋର୍ଚ୍ଚା ର ସଭାପତି ତନମୟ ସାହୁ, ଇନ୍ଦ୍ରାଣୀପାଟଣା ର ଯୁବମୋର୍ଚ୍ଚା ର ସଭାପତି ଧନେଶ୍ୱର ନାୟକ, ବିଜେବି ମହିଳା ମୋର୍ଚ୍ଚା ର ସଭାପତି ମମତା ବେଉରା, ସମ୍ପାଦକ ଗୌତମ ସାହୁ, ସହ ସମ୍ପାଦକ ସଂଜିପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ୍।




