ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିମାନ ଚଳାଚଳର ଶୁଭ ଆରମ୍ଭ

ବ୍ରହ୍ମପୁର ; ୫/୩/୨୩ ଗଞ୍ଜାମ ଜିଲ୍ଲାବାସୀଙ୍କ ବହୁଦିନ ପରେ ପ୍ରତୀକ୍ଷାର ଅନ୍ତ ଘଟିଛି. ଗଞ୍ଜାମ ଜିଲ୍ଲା ହେଉଛି ଓଡ଼ିଶାର ଏକ ପର୍ଯ୍ୟଟନ ଓ ବ୍ୟବସାୟିକ କେନ୍ଦ୍ରାସ୍ଥଳୀ. ଏହି ଜିଲ୍ଲାର ବିକାଶ ପାଇଁ ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ବ୍ରହ୍ମପୁର ରଙ୍ଗେଇ ଲୁଣ୍ଡା ସ୍ଥିତ ଏୟାର ଷ୍ଟ୍ରିପରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି.ଭୁବନେଶ୍ବରରୁ ବ୍ରହ୍ମପୁର ବିମାନକୁ ସ୍ଵାଗତ କରିବା ପାଇଁ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ଠାରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ବ୍ରହ୍ମପୁର ଏସପି ଶ୍ରାବନା ବେବେକ ଏମ ,ବ୍ରହ୍ମପୁର ମେୟର ସାଙ୍ଗମିତ୍ରା ଦଳାଇ ,ଡେପୁଟି ମେୟର ଇ. ବେବେକ ରେଡି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ଥିଲେ ।
ରିପୋର୍ଟ.. ରୂପକ ମହାନ୍ତି.




