ଆଜିର ଦିନରେ ଶହିଦ ଭଗତ୍ ସିଂହଙ୍କୁ ଲାହୋର ଜେଲରେ ତାଙ୍କୁ ମାତ୍ର ୨୪ବର୍ଷ ବୟସରେ ଫାସି ଦିଆ ଯାଇଥିଲା ଏବଂ ତାଙ୍କ ସହିତ ତାଙ୍କର ୨ଜଣ ବିଶ୍ୱସ୍ତ ସହଯୋଗୀ ସୁଖବିର ଓ ରାଜଗୁରୁଙ୍କୁ ମଧ୍ୟ ଫାସି ଦିଆ ଯାଇଥିଲା। ବ୍ରିଟିଶ ଶାସକ ତାଙ୍କୁ ଏତେ ଭୟ କରୁଥିଲେଯେ ଗୋଟିଏ ଦିନ ଆଗରୁ ଫାସି ଦେଇ ତାଙ୍କ ମୃତ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ଜଳାଇ ଅଧପୋଡା ଅବସ୍ଥାରେ ନଦୀକୁ ଫିଙ୍ଗି ଦେଇଥିଲେ।ଆଜିବି ଏହି ଘଟଣାକୁ ମନେ ପକାଇ ଶୋଷଣ, ଅତ୍ୟାଚାରୀ ବିରୁଦ୍ଧରେ ସଂଗ୍ରାମର ଆବଶ୍ୟକତା ରହିଛି। କନିକା ରିଡିଂ ରୁମରେ ଏହି ବିଷୟରେ ସାଥୀ କାଳୀପ୍ରସାଦ ନାୟକ, ଧନେଶ୍ବର ରାଉତ, ସଞ୍ଜୟ ପରିଡା, ଦିଲିପ କୁମାର ରାଉତ, ଜୟଦେବ ଦେ, ଦାମୋଦର ଧଳ ପ୍ରମୁଖ ଆଲୋଚନା କରିଥିଲେ।

June 14, 2026/
No Comments



